ଜମି ବିକ୍ରି ଟଙ୍କା: ଝାମ୍ପିନେଲେ ୧୫ ଲକ୍ଷ

Advertisment
ଜମି ବିକ୍ରି ଟଙ୍କା: ଝାମ୍ପିନେଲେ ୧୫ ଲକ୍ଷ

ସମ୍ବଲପୁର : ଦିନ ଦ୍ବିପହରରେ ସମ୍ବଲପୁରରେ ଲୁଟ୍‌। ୨ ଲୁଟେରା ବାଇକ୍‌ରେ ଆସିଲେ, ୧୫ ଲକ୍ଷ ଟଙ୍କା ଲୁଟିନେଇ ଚାଲିଗଲେ। ଏଭଳି ଘଟଣା ଘଟିଛି ସମ୍ବଲପୁର ସଦର ଥାନା ଅଧୀନ ଗେଙ୍ଗୁଟିପାଲି ଶିବ ମନ୍ଦିର ସାମ୍ନାରେ। ଲୁଟ୍‌ର ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି। ଦିନ ଦ୍ବିପହରେ ଘଟିଥିବା ଏହି ଲୁଟ୍‌ ପୁଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, କୁଲୁଥକାନୀର ରାଜେଶ ସାହୁ ଜମି ବିକ୍ରି କରିବା ପାଇଁ ଅନ୍ୟ ଜଣଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଣିଥିଲେ। ସୋମବାର ଦିନ ୧୨ଟା ୩୦ରୁ ୧୨ ଟା ୪୫ ମଧ୍ୟରେ ଏସବିଆଇ ମୁଖ୍ୟ ଶାଖାରୁ ସେ ଏହି ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ସେ ଏକ ବ୍ୟାଗ୍‌ରେ ଟଙ୍କା ଧରି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ଘରକୁ ଫେରୁଥିଲେ। ପଛପଟୁ ଏକ ବାଇକ୍‌ରେ ୨ ଜଣ ଯୁବକ ଆସି ଗେଙ୍ଗୁଟିପାଲି ଶିବ ମନ୍ଦିର ନିକଟରେ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଝାମ୍ପି ନେଇ ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲେ। ପରେ ଏ ନେଇ ସଦର ଥାନାକୁ ଲୁଟ୍‌ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ସିସିଟିଭିରେ କଏଦ ହୋଇଥିବା ଲୁଟ୍‌ର ଦୃଶ୍ୟ ଆଧାରରେ ପୁଲିସ ଉକ୍ତ ୨ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe