ବ୍ୟବସାୟୀଙ୍କୁ ହାଣି ୧୫ ଲକ୍ଷ ଲୁଟ୍‌

Advertisment
ଇଚ୍ଛାପୁର ଗାଁ’ରେ ସଶସ୍ତ୍ର ଡକାୟତି; ୮ ଭରି ସୁନା ଗହଣା, ୭ ଲକ୍ଷ ଟଙ୍କା ଲୁଟିନେଲେ

NPG.News

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଦିନ ଦ୍ବିପ୍ରହରରେ କଟୁରିରେ ହାଣି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଲୋଧଣୀଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ‌‌ହୋଇଛି ଏହି ଲୁଟ୍‌। ଦୁର୍ବୃତ୍ତମାନେ ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃ‌ଷ୍ଟି କରିଛି।

ସୂଚନା ଅନୁଯାୟୀ, କନ୍ଦରସିଂହାର ବିଶିଷ୍ଟ ତେଜରାତି ବ୍ୟବସାୟୀ କ୍ଷୀରୋଦ ସାହୁ ଆଜି ତାଙ୍କ ମ୍ୟାନେଜର ଜୟନ୍ତ ଆଚାର୍ଯ୍ୟଙ୍କୁ ଏକ ପିକ୍‌ଅପ୍‌ ଗାଡ଼ିରେ ୧୫ ଲକ୍ଷ ଟଙ୍କା ଦେଇ ଜମା କରିବାପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଲୋଧଣୀ ଶାଖାକୁ ପଠାଇଥିଲେ। ମ୍ୟାନେଜର ଶ୍ରୀ ଆଚାର୍ଯ୍ୟ ବ୍ୟାଙ୍କ ସମ୍ମୁଖରେ ଗାଡ଼ି ରଖି ଟଙ୍କା ବ୍ୟାଗ୍‌ ଧରି ଓହ୍ଲାଇବା ମାତ୍ରେ ପୂର୍ବରୁ ପିଛା କରି ଆସୁଥିବା ଦୁଇଜଣ ଲୁଟେରା ଏକ କଟୁରି‌ରେ ତାଙ୍କ ବାମ ହାତକୁ ହାଣି ଟଙ୍କା ବ୍ୟାଗ୍ ଝାମ୍ପି ନେଇ ପଳାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବ୍ୟାଙ୍କ ନିକଟରେ ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସିଥିଲେ। ମ୍ୟାନେଜର ଶ୍ରୀ ଆଚାର୍ଯ୍ୟ ଟଙ୍କା ବ୍ୟାଗ୍ ଧରି ଗାଡ଼ିରୁ ଓହ୍ଲାଇବା ମାତ୍ରେ ପିଛା କରି ଆସିଥିବା ଦୁଇ ଦୁର୍ବୃତ୍ତ ଟଙ୍କା ବ୍ୟାଗ ଝାମ୍ପି ନେଇ ପୂର୍ବରୁ ଛପିଥିବା ଦୁର୍ବୃତ୍ତକୁ ଦେଇଥିଲେ। ଦୁର୍ବୃତ୍ତଙ୍କୁ ଶ୍ରୀ ଆଚାର୍ଯ୍ୟ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେମାନେ ତାଙ୍କ ବାମ ହାତକୁ କଟୁରିରେ ହାଣି ‌ଦେଇଥିଲା। ପରେ ଏକ କ୍ରିକେଟ୍ ବ୍ୟାଟ୍‌ରେ ତାଙ୍କୁ ପିଟି ଦୁଇଟି ବାଇକ୍‌ରେ କେନାଲ ରାସ୍ତା ଦେଇ କନ୍ଦରସିଂହା, ମଝିକା, ଡମୋଳ ଦେଇ ଫେରାର ହୋଇଯାଇଥିଲେ। ଆହତ ଶ୍ରୀ ଆଚାର୍ଯ୍ୟଙ୍କୁ ପ୍ରଥମେ ପର୍ଜଙ୍ଗ ଡାକ୍ତରଖାନାରେ ଚିକିତ୍ସା ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଢେଙ୍କାନାଳ ଏସ୍‌ପି ଓ କାମାକ୍ଷାନଗର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe