ଦୂର ହେବ ଭୋଗରାଇବାସୀଙ୍କ ପାନୀୟଜଳ ସମସ୍ୟା, ୧୫୮ କୋଟି ଟଙ୍କାର ମେଗା ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

Advertisment
ଜଳ ଜୀବନ ମିସନ୍‌ରେ ଓଡ଼ିଶାକୁ ୮୩୦ କୋଟି ପ୍ରଦାନ

News Vibes of India

ବାଲେଶ୍ୱର : ଭୋଗରାଇ ନିର୍ବାଚନମଣ୍ଡଳୀରେ ଏକ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ପାଖାପାଖି ୧୯ଟି ପଞ୍ଚାୟତର ବାସିନ୍ଦା ଉପକୃତ ହେବେ। ଆଜି ଭୁବନେଶ୍ବରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିବା କହିଛନ୍ତି ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ।

ଆଜି ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସରେ ବିଧାୟକ ଶ୍ରୀ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରି କହିଥିଲେ, ଏହି ପ୍ରକଳ୍ପ ପାଇଁ ୧୫୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଦୁଇବର୍ଷ ମଧ୍ୟରେ ଏହି କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ପାଖାପାଖି ୧୯ଟି ପଞ୍ଚାୟତର ଦେଢ଼ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଭୋଗରାଇ ଅଞ୍ଚଳ ଦେଇ ଯାଇଥିବା କୋଷ୍ଟକେନାଲର ଦକ୍ଷିଣାଞ୍ଚଳରେ ଭୂତଳଜଳ ଲବଣାକ୍ତ ହୋଇ ଯାଇଥିବାରୁ ପିଇବା ପାଣି ପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରି ଏକ ବୃହତ ପ୍ରକଳ୍ପ ଗ୍ରାମାଞ୍ଚଳରେ ସ୍ଥାପନ କରାଯାଉଥିବାରୁ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭୋଗରାଇବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତ, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୌରୀ ରାଉତ ଓ ବିଜେଡି ଦଳିତ ସେଲର ଜିଲ୍ଲା ସଭାପତି ଶତ୍ରୁଘ୍ନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe