ଜନଜାତିଙ୍କ ପାଇଁ ୩ ବର୍ଷରେ କେନ୍ଦ୍ରରୁ ମିଳିଛି ୧୬୫୬ କୋଟି: ଧର୍ମେନ୍ଦ୍ର

ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ରୀୟ ଅନୁଦାନ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍‌

ରାଜନୀତି ଅଧିକ, ଦରଦ କମ୍: ବିପଦରେ ଆଦିବାସୀ ଶିଶୁ

odishasuntimes.com

ଭୁବନେଶ୍ୱର : ଓଡ଼ିଶାର ଜନଜାତି ତଥା ଅସୁବିଧାରେ ରହୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଅଧିକ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷ ଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଓ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ସେ ଜଣାଇଛନ୍ତି।

publive-image Business Line

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବିଶେଷ କରି ଓଡ଼ିଶାର ଦୁର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମ୍‌ଆର୍‌ଏସ୍‌) ରାଜ୍ୟର କମ୍ ସାକ୍ଷରତା ଥିବା ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ମଜବୁତ୍ କରିବାରେ ଗେମ-ଚେଞ୍ଜର୍‌ ଭାବେ ଉଭା ହୋଇପାରିଛି। ଗତ ତିନି ବର୍ଷରେ ୧୬,୭୦୦ ଜନଜାତି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଛନ୍ତି। ସେହିପରି ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ଓ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯୋଜନାରେ ରାଜ୍ୟ ଅନୁସୂଚିତ ଜନଜାତିର ୬.୩୬ ଲକ୍ଷ ଛାତ୍ରଛାତ୍ରୀ ଏବଂ ୫.୫୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିଛନ୍ତି। ମୋଦୀ ସରକାର ଅନୁସୂଚିତ ଜନଜାତିମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅନୁଦାନ ଦେଉଥିବା ବେଳେ ଅନେକ ଜନଜାତି ଅନ୍ୟାନ୍ୟ ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି । ମୋଦୀ ସରକାର ଗରିବ ଓ ଅସହାୟଙ୍କୁ ସମାନ ସୁଯୋଗ ପ୍ରଦାନ କରି ସେମାନଙ୍କର ସାମୂହିକ ବିକାଶ ସହ ଆତ୍ମନିର୍ଭର ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe