ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ୧୭ ହଜାର ଲୁଟ୍‌

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଦେବଗଡ଼: ମାରଣାସ୍ତ୍ର ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍ ହୋଇଥିବା ନେଇ ଶନିବାର ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପୌରାଞ୍ଚଳ ଲାଲୁସାହିର କୁଳମଣି ସାହୁ ନିଜ ମୋପେଡରେ ମିକ୍ସଚର ଓ ସିମେଇ ବ୍ୟବସାୟ କରିବା ପାଇଁ ଶୁକ୍ରବାର ଦେବଗଡ଼ ଥାନାଞ୍ଚଳର କଣ୍ଢଳ ଏବଂ ସ୍ଥାନୀୟ ଅଞ୍ଚଳକୁ ଯାଇଥିଲେ। ସେଠାରୁ ଦେବଗଡ଼ ଅଭିମୁଖେ ଫେରିବା ବାଟରେ ଛୁରିଆବାହାଳ ଗ୍ରାମ ନିକଟରେ ୨ ଜଣ ଯୁବକ ବାଇକରେ ଆସି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ମୋପେଡକୁ ଅଟକାଇଥିଲେ। ଏହାପରେ ମାରଣାସ୍ତ୍ର ଦେଖାଇ କୁଳମଣିଙ୍କୁ ଭୟଭୀତ କରିବାସହ ତାଙ୍କ ନିକଟରେ ଥିବା ୧୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇ ଥିଲେ। ଏ ସମ୍ପର୍କରେ କୁଳମଣି ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe