The financial express
ପୁରୀ: ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ କୋଟି ଟଙ୍କାର ବଜେଟ୍କୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଅଯାଇଛି। ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧ କୋଟି, ବ୍ୟାଙ୍କ ସୁଧରୁ ୩୬ କୋଟି ଓ ହୁଣ୍ଡି ୬ କୋଟି ଟଙ୍କାର ବଜେଟ ରଖାଯାଇଛି। ଖଣିରୁ ପଥର ଆବଦାନୀ ପାଇଁ ଓଏମ୍ସି ସହ ହେବ ଚୁକ୍ତି। ଖଣିରୁ ଆୟ ପାଇଁ ୭୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି ସାମଗ୍ରୀର ମାନ ଓ ପରିମାଣ ବୃଦ୍ଧି ହେବ। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ରାଜସ୍ବ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ। ବ୍ୟୟର ପରିମାଣ ୮୫ କୋଟି ରଖାଯାଇଛି। ରାଜସ୍ବ ବଳକା ପାଇଁ ୨୧ କୋଟି ରହିବା ନେଇ ଆକଳନ ହୋଇଥିବା ବେଳେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ରାଜସ୍ବ ଆୟ ମଧ୍ୟରୁ ସ୍ଥାୟୀ ମାରୁ ୩୬ କୋଟି ଟଙ୍କା ସୁଧ ମିଳିବ। ବିଭିନ୍ନ ଖାଦାନରୁ ପ୍ରାୟ ୧୫ କୋଟି ଟଙ୍କା ଆୟ ହେବାର ଆକାଳନ ହୋଇଛି। ସେହିପରି ଜମି ବିକ୍ରି ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ହେବା ଆକଳନ କରାଯାଇଛି। ବଳକା ପ୍ରାୟ ୭୦ କୋଟି ଟଙ୍କା କର୍ପସ ଫଣ୍ଡରେ ଜମା ପାଇଁ ଆକଳନ କରାଯାଇଛି। ଏବେ ମୋଟ ୬୭୫ କୋଟି ଥିବା କର୍ପ ଫଣ୍ଡ ୭୫୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରଖଶଯାଇଛି।
ସୂର୍ଯ୍ୟ ମନ୍ଦିର ଦ୍ବାରର ରୂପା ଛାଉଣୀ ହେବ। ଜଣେ ଦାତାଙ୍କ ଦ୍ବାରା ଏହି ରୁପା ଛାଉଣୀ କାମ କରାଯିବ। ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଖୁବ ଶୀଘ୍ର ଡ୍ରେସ୍ କୋର୍ଡ ଲାଗୁ ହେବ।
Follow Us