ଦମ୍ପତିଙ୍କ ଆକାଉଣ୍ଟରୁ ୨.୬୫ ଲକ୍ଷ ଗାଏବ୍‌, ଆଖିପିଛୁଳାକେ ଠକିନେଲେ ସାଇବର ଲୁଟେରା

Advertisment
ସାମ୍ବାଦିକ ଓ ରାଜନେତାଙ୍କୁ ଟାର୍ଗେଟ କରିବା ପାଇଁ ପେଗାସସ୍ ଭଳି ସଫ୍ଟୱେର ବ୍ୟବହାର କରାଯାଉଛି

Image Source: ET-Tech

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏକ ସାଇବର ଠକେଇ ଘଟଣା ସାମ୍‌ନାକୁ ଆସିଛି। ଠକମାନେ ଭବାନୀପାଟଣାର ଏକ ଶିକ୍ଷିତ ଦମ୍ପତିଙ୍କ ବ୍ୟାଙ୍କ ଜମାଖାତାରୁ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ କରି ଦେଇଛନ୍ତି। ଏହି ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଭବାନୀପାଟଣା ସହର ଶର୍ମା କଲୋନିର  ଅବସରପ୍ରାପ୍ତ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ ଏହିଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶନିବାର ଦିନ ୧୨ଟାରେ ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ନିଜକୁ ଜିଓ ଫୋନ୍‌ କଷ୍ଟମର କେୟାରରୁ କହୁଥିବା ଜଣାଇଥିଲା। ଫୋନ୍‌ରେ କିଛି ଅସୁବିଧା ଅଛି କି ବୋଲି ପଚାରି ସମସ୍ୟାର ସମାଧାନ କରିଦେବା କହି ବ୍ୟକ୍ତିଗତ ସୂଚନା ଓ ଠିକଣା ମାଗି ନେଇଥିଲା। ଏହାପରେ ତାଙ୍କୁ ନୂଆବର୍ଷ ପାଇଁ ମାଗଣା ଅଫର ଅଛି ମୋବାଇଲ ଗିଫ୍ଟ ମିଳିବ ବୋଲି କହିଥିଲା। ଆହୁରି ମଧ୍ୟ, ରିମୋଟ ଏକ୍ସସେସ ଜରିଆରେ ଆପ୍‌ ଡାଉନଲୋଡ଼ କରିବା ପାଇଁ କହିଥିଲା। ୨୦ ହଜାର ଟଙ୍କା ମଧ୍ୟ କ୍ୟାସ୍‌ ପ୍ରାଇଜ ପାଇବେ କହିଥିଲା। ଠକର ସୂଚନାକୁ ଅନୁସରଣ କରିଥିଲେ ଗଙ୍ଗାଧର ସୁବୁଦ୍ଧି। ସାଇବର ଠକ କିଛି ସମୟ ପରେ ଓଟିପି ନନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ୨୦ ହଜାର ଲେଖାଏଁ ୫ ଥରରେ ୧ଲକ୍ଷ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟରୁ ୪୫ହଜାର ଟଙ୍କା ଗାଏବ କରି ନେଇଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ଠକ ନେଇଯାଇଥିଲା।।

ଏହିପରି ଭାବେ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ସାଇବର ଠକଙ୍କ ଫୋନ ମାୟା ଜାଲରେ ପଡ଼ି ସମୁଦାୟ ୨ଲକ୍ଷ ୬୫ ହଜାର ହରାଇଛନ୍ତି। ଏନେଇ ଠକେଇର ଶିକାର ହୋଇଥିବା ଗଙ୍ଗାଧର କଳାହାଣ୍ଡି ଏସପି ଡା. ଶ୍ରବଣା ବିବେକ ଏମ୍‌.ଙ୍କୁ ଜଣାଇବା ସହିତ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଆଇଆଇସି ସତ୍ୟ କୁମାର ନନ୍ଦ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଏସ୍‌ପିଙ୍କୁ ପଚାରିବାରୁ ଏନେଇ ଆମେ ତଦନ୍ତ ଆରମ୍ଭ କରିଛୁ, ଖୁବ୍‌ଶୀଘ୍ର ଠକମାନେ ଧରାପଡ଼ିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe