ସୁନ୍ଦରଗଡ଼ ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୨ କୋଟିର ଏଫ୍‌ଡି ଠାବ୍‌, ୩୫୦ ଗ୍ରାମ୍‌ ସୁନାଗହଣା ଜବତ

Advertisment
ସୁନ୍ଦରଗଡ଼ ଏଡିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ: ୨ କୋଟିର ଏଫ୍‌ଡି ଠାବ୍‌, ୩୫୦ ଗ୍ରାମ୍‌ ସୁନାଗହଣା ଜବତ

ସୁନ୍ଦରଗଡ଼: ଚାକିରିରୁ ଅବସର ନେବାର ୧୮ ଦିନ ପୂର୍ବରୁ ସୁନ୍ଦରଗଡ଼ର ଅତିରିକ୍ତ ଜିିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଆଜି ଭିଜିଲାନ୍ସ ହାାତରେ ଧରାପଡ଼ିଛନ୍ତି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨ କୋଟି ଟଙ୍କାର ବ୍ୟାଙ୍କ ଏଫ୍‌ଡି, ସଞ୍ଚୟ ଟଙ୍କା ଓ ଜୀବନ ବୀମା ପଲିସି ଥିବା ଜଣାପଡ଼ିଛି। ଭିଜିଲାନ୍ସ ଟିମ୍‌ ୩୫୦ ଗ୍ରାମ୍‌ ଓଜନର ସୁନାଗହଣା ଜବତ କରିଥିବା ବେଳେ ୧୮ ଲକ୍ଷ ଟଙ୍କାର ମ୍ୟୁଚୁଆଲ ଫଣ୍ଡ ଡିପୋଜିଟ ଥିବା ଜାଣିବାକୁ ପାଇଛି। ଶ୍ରୀ ମହାପାତ୍ରଙ୍କ ସଂପତ୍ତି ଆହୁରି ରହିଛି। ତାଙ୍କ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଠାରେ ଏକ ସିମେଣ୍ଟ ଗୋଦାମ ପରିଚାଳିତ ହେଉଛି। ତେବେ ତଦନ୍ତ ସରିବା ପରେ ଆହୁୁରି ‌ଅନେକ ତଥ୍ୟ ସାମ୍ନାକୁ ଆସିବ।

publive-image
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଏକକାଳୀନ ଭାବେ ଓଡ଼ିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ଜଣ ଇନସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ସୁସୁନ୍ଦରଗଡ଼ ସରକାରୀ ଆବାସ ଓ ଅଫିସ ସହ ଖୋର୍ଦ୍ଧା, ଜିଲ୍ଲାର ବିଭିନ୍ନ ସ୍ଥାନ ଏବଂ ଜଗତସିଂହପୁର ରେଢୁଆସ୍ଥିତ ପୈତୃକ ଘରେ ଚଢଉ କରିଛନ୍ତି।

ଭୁବନେଶ୍ବରର ରୁଦ୍ରପୁର, ବାଲିଅନ୍ତାରେ ଘର, ନୟାପଲ୍ଲୀରେ ଫ୍ଲାଟ୍, ଜଗତସିଂହପୁର ଜିଲ୍ଲାର ରେଢୁଆସ୍ଥିତ ପୈତୃକ ଘର ଓ ମଣିଜଙ୍ଗା ଜଡାତିରାରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଏହାଛଡ଼ା ରାଜଗାଙ୍ଗପୁର ଓସିଏଲ କମ୍ପ୍ଳଲକ୍ସଠାରେ ସମ୍ପର୍କୀୟଙ୍କ ଘରେ ବି ଚଢ଼ାଉ ଜାରି ରହିଛି। ତାଙ୍କ ନାଆଁରେ ଆଗରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗ ଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe