ଶହେ କୋଟି ଋଣ କରାଇବେ କହି ୨କୋଟି ନେଇଗଲେ

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ଦଲାଲ ଓ ଫାଇନାନ୍ସ କର୍ମଚାରୀ ଫେରାର୍
ମୁମ୍ବାଇରୁ ଅପରେଟ୍ ହେଉଥିଲା ଗ୍ୟାଙ୍ଗ୍‌,
ମହିଳା ସାମିଲ ଅଛନ୍ତି
ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟ‌ୁ‌ରେ ମାମଲା ରୁଜୁ

ଭୁବନେଶ୍ବର : ଏକ ଫାଇନାନ୍ସ ସଂସ୍ଥାରୁ ୧୦୦ କୋଟି ଟଙ୍କାର ଋଣ କରାଇଦେବାର ପ୍ରଲୋଭନ ଦେଖାଇ ଜଣେ ଦଲାଲ ଓ ଫାଇନାନ୍ସ କମ୍ପାନିର କିଛି କର୍ମଚାରୀ ଏକ କନଷ୍ଟ୍ରକ୍ସନ୍‌ କମ୍ପାନି ମାଲିକଙ୍କୁ ୨ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି, ବିହାର ବେଗୁସରାଇର ଅଶୋକ କୁମାର ସିଂହ। ଏନେଇ ଅଶୋକ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ନିକଟରେ ଅଭିଯୋଗ କରିଛନ୍ତି।

ଅଶୋକଙ୍କ ଅଭିଯୋଗ ଅନୁଯାୟୀ, ବିହାରରେ ତାଙ୍କର ଏକ କନଷ୍ଟ୍ରକ୍ସନ୍‌ ସଂସ୍ଥା ରହିଛି। ସେ ବିଭିନ୍ନ ରାଜ୍ୟରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାର କାମ ନିଅନ୍ତି। ଭୁବନେଶ୍ବର ଓ ଝାରସୁଗୁଡ଼ାରେ ସେ ଗତବର୍ଷ ଏକ ଘରୋଇ ସଂସ୍ଥାର କାମ ନେଇଥିଲେ। ଏହା ଏକ ବଡ଼ ପ୍ରକଳ୍ପ ହୋଇଥିବାରୁ ସଂସ୍ଥା ପାଇଁ କିଛି ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ତାଙ୍କର ପ୍ରାୟ ୧୦୦ କୋଟି ଟଙ୍କା ଆବଶ୍ୟକ ଥିଲା। ଏଥିପାଇଁ ସେ ବିଭିନ୍ନ ବ୍ୟାଙ୍କ୍ ଓ ଘରୋଇ ଫାଇନାନ୍ସ ସଂସ୍ଥା ପାଖରେ ଋଣ ଆବେଦନ କରିଥିଲେ। ମାତ୍ର ଏତେ ଟଙ୍କା ଋଣ ଦେବାକୁ କୌଣସି ବ୍ୟାଙ୍କ୍‌ କିମ୍ବା ଘରୋଇ ଫାଇନାନ୍ସ ସଂସ୍ଥା ରାଜି ହୋଇନଥିଲେ।

ତେବେ କୌଣସି ସୂତ୍ରରୁ ଖବର ପାଇ ଶ୍ରବଣ ତୋମାର ନାମକ ଜଣେ ବ୍ୟକ୍ତି ଅଶୋକଙ୍କୁ ୧୦୦ କୋଟିର ଋଣ କରାଇଦେବ ବୋଲି କହିଥିଲା। ମୁମ୍ବାଇସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନିର ବରିଷ୍ଠ କର୍ମଚାରୀଙ୍କ ସହ ତା’ର ଚିହ୍ନା ପରିଚୟ ଅଛି ଓ ସେ ସହଜରେ ତାଙ୍କ ପାଇଁ ୧୦୦ କୋଟି ଟଙ୍କା ଉକ୍ତ ଫାଇନାନ୍ସ ସଂସ୍ଥାରୁ ଋଣ କରାଇଦେବ ବୋଲି କହିଥିଲା। ଏଥିପାଇଁ କମିସନ୍‌ ବାବଦକୁ ତାକୁ ୨ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ଶ୍ରବଣ କହିଥିଲା। ପରେ ଅଶୋକ ଉକ୍ତ ଘରୋଇ ସଂସ୍ଥାର ବରିଷ୍ଠ କର୍ମଚାରୀ ରାକେଶ ପାଣ୍ଡେଙ୍କ ସହିତ ଋଣ ବାବଦରେ କଥାବାର୍ତ୍ତା ହୋଇଥିଲେ। ୧୦୦ କୋଟି ଟଙ୍କା ମିଳିଯିବ ବୋଲି ତାଙ୍କର ବିଶ୍ବାସ ହେବାରୁ ଚୁକ୍ତି ଅନୁସା‌‌ରେ ସେ ଆଗୁଆ ଶ୍ରବଣକୁ ୨ କୋଟି ଟଙ୍କା ଦେଇ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ ତାଙ୍କୁ ଋଣ ଟଙ୍କା ମିଳିନଥିଲା। ଏଥିରେ ଆଉ କିଛି ଶ୍ରବଣ, ରାକେଶଙ୍କ ସହ ଆଉ କିଛି ଅଭିଯୁକ୍ତଙ୍କ ମଧ୍ୟ ହାତ ଥିବା ଶ୍ରବଣ ଅଭିଯୋଗ କରିଛନ୍ତି। ଗତକାଲି ଏନେଇ ଶ୍ରବଣ ଇଓଡବ୍ଲୁରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଇଓଡବ୍ଲୁ ରାକେଶ, ଶ୍ରବଣ ଏବଂ ଜଣେ ମହିଳାଙ୍କୁ ମିଶାଇ ମୋଟ ୭ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଏହି ଗ୍ୟାଙ୍ଗ୍‌ର ସମସ୍ତ ସଦସ୍ୟଙ୍କ ଘର ମୁମ୍ବାଇରେ। ଏହି ଗ୍ୟାଙ୍ଗ୍ ମୁମ୍ବାଇରେ ରହି ବିଭିନ୍ନ ରାଜ୍ୟର ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରିଥା‌ଏ। ଗ୍ୟାଙ୍ଗ୍‌ର କିଛି ସଦସ୍ୟ ପ୍ରଥମେ ଫୋନ୍ କରି ବ୍ୟବସାୟୀଙ୍କୁ ଋଣ ଟଙ୍କା ସୁବିଧାରେ କରାଇଦେବାକୁ ଲୋଭ ଦେଖାନ୍ତି। ଏଥିପାଇଁ କିଛି କମିସନ୍‌ ଦାବି କରିବା ସହ ଆଗୁଆ କମିସନ୍‌ ଦେଇଦେବାକୁ କୁହନ୍ତି। ଟଙ୍କା ମିଳିଯିବା ପରେ ସେମାନେ ଆଉ ଧରାଛୁଆଁ
ଦିଅନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe