ବିଂଝାରପୁର : ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଗାଏବ

ସମ୍ବଲପୁରକୁ ଖୋଳ କରିଦେଲେଣି ସାଇବର୍‌ ଲୁଟେରା: ଏଟିଏମ୍‌ରେ ଚଞ୍ଚକତା କରି ଲୁଟିଛନ୍ତି ସାଢ଼େ ୪ କୋଟି

Sanjeevni Today

ବିଂଝାରପୁର : ଏଟିଏମ୍‌ ନମ୍ବର ମାଗିନେଇ ଜଣେ ମହିଳାଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏ ସଂପର୍କରେ ଅଭିଯୋଗ ପରେ ପୁଲିସ୍‌ ତନାଘନା ଆରମ୍ଭ କରିଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ‌େହଲେ, ଯାଜପୁର ଜିଲ୍ଲା ସିଂହପୁର ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କ ପତ୍ନୀ ସୁଲୋଚନା ନାୟକ। ସୁଲୋଚନାଙ୍କ ଅଭିଯୋଗ ଅନୁସାରେ, ଏଟିଏମ୍‌ ନମ୍ବର ଅଚଳ ହୋଇଯାଇଛି... ଉପରେ ଲେଖା ହୋଇଥିବା ନମ୍ବର ଦିଅ ସଚଳ କରିଦିଆଯିବ ବୋଲି କହି ଜଣେ କେହି ତାଙ୍କୁ ଫୋନ୍‌ କରିଥିଲେ। ସେ ମଧ୍ୟ ବିଶ୍ବାସ କରି ସିଂହପୁର ଗ୍ରାମ୍ୟ ବ୍ୟାଙ୍କରେ ଥିବା ଖାତାର ଏଟିଏମ୍ କାର୍ଡ ନମ୍ବରକୁ କହିଦେଇଥିଲେ।

ଦୁଇମାସ ଭିତରେ ଶ୍ରୀମତୀ ନାୟକଙ୍କର ଟଙ୍କାର ଆବଶ୍ୟକ ପଡ଼ିନଥିବାରୁ ଶ୍ରୀମତୀ ନାୟକ ବ୍ୟାଙ୍କକୁ ଯାଇ ନଥିଲେ। ଦୁଇଦିନ ପୂର୍ବେ ସେ ସିଂହପୁର ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇ ୨ଲକ୍ଷ ଏକ ହଜାର  ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥି‌େଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe