ବିଜୁ ପଟ୍ଟନାୟକ, ବିକାଶ ଓ ବ୍ରିଲିଆଣ୍ଟ ନର୍ସିଂ କ‌ଲେଜର ଅଭିନବ ପ୍ରୟାସ: ପ୍ରତି ବିଦ୍ୟାର୍ଥୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା

Advertisment
ବିଜୁ ପଟ୍ଟନାୟକ, ବିକାଶ ଓ ବ୍ରିଲିଆଣ୍ଟ ନର୍ସିଂ କ‌ଲେଜର ଅଭିନବ ପ୍ରୟାସ: ପ୍ରତି ବିଦ୍ୟାର୍ଥୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା

ବାରିପଦା : ଛାତ୍ରଛାତ୍ରୀଙ୍କ ପାଇଁ ବାରିପଦା ଦେବେନ୍ଦ୍ରପୁରସ୍ଥିତ ବିଜୁ ପଟ୍ଟନାୟକ ନର୍ସିଂ ଟ୍ରେନିଂ ସେଣ୍ଟର, ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ବିକାଶ ଜିଏନଏମ୍‌ ନର୍ସିଂ କଲେଜ ଓ କେନ୍ଦୁଝର ଜିଲ୍ଲା ଘୁଟୁରୁସ୍ଥିତ ବ୍ରିଲିଆଣ୍ଟ୍ ଜିଏନ୍‌ଏମ୍‌ ନର୍ସିଂ ଟ୍ରେନିଂ ସେଣ୍ଟର ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ସମୂହରେ ପାଠ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟବୀମା ବ୍ୟବସ୍ଥା କରିଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ବିକାଶ କୁମାର ସେଠୀ। ଓଡ଼ିଶାର ଅନ୍ୟ କୌଣସି ଘରୋଇ ନର୍ସିଂ ଶିକ୍ଷାନୁଷ୍ଠାନରେ ଏଭଳି ବ୍ୟବସ୍ଥା ନଥିବାର ସେ ଦାବି କରିଛନ୍ତି। ଏଠାରେ ପାଠ ପଢ଼ିବା ବେଳେ ବିଦ୍ୟାର୍ଥୀଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, ୨୦ ଲକ୍ଷ ଟଙ୍କା ଯାଏ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଛନ୍ତି ଶ୍ରୀ ସେଠୀ।

publive-image

କେବଳ ସ୍ବାସ୍ଥ୍ୟବୀମା କ୍ଷେତ୍ରରେ ନୁହେଁ, ଉନ୍ନତ ଶିକ୍ଷାଦାନ ଓ ପାଠପଢ଼ା ପରେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନସମୂହ ଅନ୍ୟମାନଙ୍କଠାରୁ ଢେର ଆଗରେ ରହିଛି। ପ୍ରତିବର୍ଷ ଏଠାରେ ପାସ୍‌ହାର ଶତପ୍ରତିଶତ ରହୁଥିବା ବେଳେ ପିଲାମାନଙ୍କୁ ଭଲ ବେତନରେ ବିଭିନ୍ନ ଘରୋଇ ଓ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ମିଳୁଛି। ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ୟାରିୟର୍‌ କରିବାକୁ ଚାହୁଥିବା ଆଶାୟୀ ଏଠାରେ ନାମ ଲେଖାଇବାର ସୁଯୋଗ ନେବାକୁ ଶ୍ରୀ ସେଠୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe