ଦୋକାନରୁ ୨୦ ଲକ୍ଷର ଅଳଙ୍କାର ଲୁଟ୍‌

ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

ଏରସମା/ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ବଜାରରେ ଥିବା ଶାରଳା ଜୁଏଲର୍ସରୁ ଦୁର୍ବୃତ୍ତ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ମୁହଁରେ କପଡା ବାନ୍ଧି ବାଇକରେ ଆସି ଦୋକାନରେ ପହଞ୍ଚି ଥିଲେ। ସୁନା ଲକେଟ୍ କିଣିବାକୁ କହି ୩୮ଶହ ଟଙ୍କାର ଏକ ସୁନା ଲକେଟ୍ ପସନ୍ଦ କରି ଥିଲେ। ଟଙ୍କା ଦେବାକୁ ପକେଟରୁ ୫ଶହ ଟଙ୍କିଆ ନୋଟ୍ ବିଡା ବାହାର କରିଥିଲେ। ସୁନା ଚେନ୍ କିଣିବାକୁ ଆଗ୍ରହ ଦେଖାଇଥିଲେ। ବଡ ଗ୍ରାହକ ଜାଣି ଦୋକାନୀ ବାଇଧର ମାଣିକ ଗୋଟିଏ ସୁନା ଚେନ୍ ବାକ୍ସ ଖୋଲି ସେମାନଙ୍କୁ ଦେଖାଇବା ବେଳେ ଆଉ ଗୋଟିଏ ବାକ୍ସ ଆଣିବାକୁ ଭିତରକୁ ଯାଇଥିଲେ। ସେହି ସମୟରେ ଦୁଇ ଦୁର୍ବୃତ୍ତ ଉପରେ ଥିବା ସୁନା ଚେନ୍ ବାକ୍ସକୁ ଧରି ଫେରାର ହୋଇଯାଇଥିଲେ।

ବାଇଧର ତିର୍ତ୍ତୋଲ ଥାନାକୁ ଏ ସଂପର୍କରେ ଫୋନରେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା। ସିସି କ୍ୟାମେରା ଯାଞ୍ଚରୁ ଦୁଇ ଜଣ ଯୁବକ ଲୁଟ୍ ପାଇଁ ଦୋକାନ ଭିତରକୁ ଯାଇଥିବା ବେଳେ ସେମାନଙ୍କ ସହିତ ବାହାରେ ବାଇକରେ ଆହୁରି ଦୁଇ ଜଣ ଯୁବକ ବି ଥିବା ସୂଚନା ମିଳୁଛି। ଏହି ଚାରି ଯୁବକ ମଣିଜଙ୍ଗା ପର୍ଯ୍ୟନ୍ତ ଯାଇ ସେଠାରୁ ତାର୍ତ୍ତୋଲ ରାସ୍ତାରେ ପଳାଇ ଯାଇଛନ୍ତି। ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଅଭିମୁଖେ ଯାଇଥିବା ପୁଲିସ ସନ୍ଦେହ କରୁଛି। ସିସି କ୍ୟାମେରାରୁ ଫଟୋ ନେଇ ବିଭିନ୍ନ ଥାନାକୁ ଏହାକୁ ପଠାଇ ଦିଆଯାଇଛି। ପୁଲିସ ଅଞ୍ଚଳର ମୋବାଇଲ ଫୋନ୍ ଟ୍ରାକ ଓ ଡମ୍ପ କରିବା ଆରମ୍ଭ କରିଛି। ଏହି ଲୁଟେରାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe