ସବୁଜ ବଳୟ ପାଇଁ ୨୦୦ କୋଟି

Advertisment
ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ-୨୦୨୧: ଓଡ଼ିଶାରେ ୫୩୭ ବର୍ଗ କିମି ଜଙ୍ଗଲ ବଢ଼ିଛି

The Wire

ଭୁବନେଶ୍ବର : ବାତ୍ୟା ‘ଫନି’ ଯୋଗୁ ଉପକୂଳ ଅଞ୍ଚଳର ଜଙ୍ଗଲ ସମ୍ପଦର ବ୍ୟାପକ କ୍ଷତି ହୋଇଛି। ସବୁଜିମା ଉଜୁଡ଼ି ଯାଇଛି। ଏହି ସବୁଜିମାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ‘ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା’। ୫ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥି ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା।

ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ। ମିସନ୍ ମୋଡ୍‌ରେ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।

ବୈଠକରୁ ଜଣାପଡ଼ିଛି, ଆସନ୍ତା ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳର ବୃକ୍ଷରୋପଣ କରାଯିବ। ଫନି କ୍ଷତିଗ୍ରସ୍ତ ଅଞ୍ଚଳରେ ୨୦୧୮-୧୯ରେ ୬୫ ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯାଇଥିଲା ବେଳେ ୨୦୧୯-୨୦ରେ ଏହାକୁ ଦୁଇ ଗୁଣ କରାଯାଇ ୧ କୋଟି ୩୦ ଲକ୍ଷ ଚାରା ଆବଣ୍ଟନ କରାଯିବ। ଚଳିତ ବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ ଲକ୍ଷ ଚାରା ମାଗଣାରେ ଦିଆଯିବ। ସହରାଞ୍ଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ ବର୍ଷ ମଧ୍ୟରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ। କେବଳ ଚଳିତ ବର୍ଷ ୧ ଲକ୍ଷ ଗଛ ଲଗାଯିବ। ବାତ୍ୟାରେ ପ୍ରାୟ ୩୦ ହଜାର ଗଛ ଉପୁଡ଼ି ଯାଇଥିବା ସତ୍ତ୍ବେ ବଞ୍ଚିଯାଇଛି। ସେଗୁଡ଼ିକର ବି ପୁନରୁଦ୍ଧାର କରାଯିବ। ଫନି କ୍ଷତିଗ୍ରସ୍ତ ଅଞ୍ଚ‌ଳରେ ଲୋକଙ୍କ ଜୀବିକାର ପୁନରୁଦ୍ଧାର ପାଇଁ ୧୨ ହଜାର ହେକ୍ଟର ଅଞ୍ଚଳରେ ଫଳ ଗଛ ଲଗାଯିବ। ଏହା ସହିତ ୩ ବର୍ଷ ପାଇଁ ଇଣ୍ଟର୍-କ୍ରପିଂ ପ୍ୟାକେଜ୍ ମଧ୍ୟ ଦିଆଯିବ। ୫ ଲକ୍ଷ ଫଳ ଗଛ ଚାରା ଯୋଗାଇ ଦିଆଯିବା ସହ ଲୋକଙ୍କ ଘରବାଡ଼ିରେ ୪ ଲକ୍ଷ ନ୍ୟୁଟ୍ରି-ଗାର୍ଡେନ୍ କରାଯିବ।

ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, କୃଷି ଉତ୍ପାଦନ କମିସନର୍, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe