ଉପକୂଳ ଅଂଚଳରେ ସବୁଜବଳୟ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା

Advertisment
ଓଡ଼ିଶା ବଜେଟ ପାଇଁ ବଞ୍ଚିଗଲା ୧୦୦୦ଟି ଗଛ !

ଭୁବନେଶ୍ୱର: ବାତ୍ୟା ଫନି ଯୋଗୁଁ ଉପକୂଳ ଅଂଚଳର ବନସଂପଦର ବ୍ୟାପକ କ୍ଷତି ଏବଂ ସବୁଜିମା ନଷ୍ଟ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଚିବାଳୟରେ ଉପକୂଳ ସବୁଜିମାର ପୁନରୁଦ୍ଧାର ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ୮୦୦୦ ହେକ୍ଟର ପରିମିତ ଅଂଚଳରେ ବୃକ୍ଷରୋପଣ କରାଯିବ। ଫିନ କ୍ଷତିଗ୍ରସ୍ତ ଅଂଚଳରେ ୨୦୧୮-୧୯ରେ ୬୫ ଲକ୍ଷ ଚାରା ରୋପଣ ଓ ଆବଣ୍ଟନ କରାଯିବ। ଚଳିତ ବର୍ଷ ବିଭିନ୍ନ ସଂସ୍ଥା ଓ ଜନସାଧାରଣଙ୍କୁ ୫୦ ଚାରା ମାଗଣାରେ ଦିଆଯିବ। ସହରାଂଚଳ ବୃକ୍ଷରୋପଣ ଯୋଜନାରେ ଆସନ୍ତା ୫ ବର୍ଷରେ ୫ ଲକ୍ଷ ବୃକ୍ଷରୋପଣ କରାଯିବ। କେବଳ ଚଳିତ ବର୍ଷ ୧ ଲକ୍ଷ ଗଛ ଲଗାଯିବ। ଉପୁଡି ଯାଇଥିବା କିନ୍ତୁ ବଂଚିଯାଇଥିବା ୩୦ ହଜାର ଗଛର ପୁନରୁଦ୍ଧାର କରାଯିବ। ଫନି କ୍ଷତିଗ୍ରସ୍ତ ଅଂଚଳରେ ଲୋକଙ୍କର ଜୀବିକାର ପୁନରୁଦ୍ଧାର ପାଇଁ ୧୨ ହଜାର ହେକ୍ଟର ଅଂଚଳରେ ଫଳ ଗଛ ଲଗାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe