ମାଟ୍ରିକ ଉତ୍ତରଖାତା ଜେରକ୍ସ ପାଇଁ ଦୁଇ ଶହ ଟଙ୍କା

Advertisment

ସୂଚନା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ

ସୂଚନା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ

ଡିସେମ୍ବର ୧୦ ପର୍ଯ୍ୟନ୍ତ ମାଟ୍ରିକ୍ ସାର୍ଟିଫିକେଟ୍ ସଂଶୋଧନ ଆବେଦନ

image-bseodisha.nic.in

କଟକ : ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଏବେ ଖାତା ମୂଲ୍ୟାୟନକୁ ନେଇ ସନ୍ଦେହ ରହିଥିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଶହେ ଟଙ୍କା ଦେଇ ଚେକିଂ-ଆଡିସନ୍ ପାଇଁ ଆବେଦନ କରିବାର ବ୍ୟବସ୍ଥା କରାଯାଇଛି। ଖାତାର ଜେରକ୍ସ କପି ପାଇବାକୁ ହେଲେ ବିଷୟ ପିଛା ଉତ୍ତରଖାତାରକୁ ଜଣଙ୍କୁ ଦୁଇ ଶହ ଟଙ୍କା ପଇଠ କରିବାକୁ ପଡିବ। ଉତ୍ତରଖାତା ଜେରକ୍ସ କପି ପାଇଁ ଛାତ୍ରଛାତ୍ରୀଙ୍କ ନିକଟରୁ ଖାତା ପିଛା ଦୁଇ ଶହ ଟଙ୍କା ଧାର୍ଯ୍ୟ କରାଯିବା ସୂଚନା ଅଧିକାର ଆଇନ ସହିତ ଅତାଲତଙ୍କ ଆଦେଶର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ହୋଇଛି।

ଆଇନଜୀବୀ ସୁଶାନ୍ତ କୁମାର ଦାସ କହିଛନ୍ତି ଯେ, ରାଜ୍ୟ ସୂଚନା କମିସନ୍ ଏକ ମାମଲାର ଶୁଣାଣି କରି ସୂଚନା ଅଧିକାର ଆଇନ, ୨୦୦୫ ଅନୁସାରେ ଉତ୍ତରଖାତାର ଜେରକ୍ସ କପି ଦରଖାସ୍ତକାରୀଙ୍କୁ ପ୍ରଦାନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅଧିକାର ଆଇନ ଅନୁସାରେ ପ୍ରତି ପୃଷ୍ଠା ପାଇଁ ମାତ୍ର ଦୁଇ ଟଙ୍କା ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବା କଥା। କିନ୍ତୁ ଏହି ନିର୍ଦ୍ଦେଶ ପାଳନ କରାଯାଉ ନାହିଁ। ଗୋଟିଏ ବିଷୟର ଉତ୍ତରଖାତାର ଜେରକ୍ସ କପି ପାଇଁ ଦୁଇ ଶହ ଟଙ୍କା ଫି' ବୋର୍ଡ ଧାର୍ଯ୍ୟ କରିଛି। କିନ୍ତୁ ବୋର୍ଡ ପକ୍ଷରୁ ସୂଚନା କମିସନଙ୍କ ନିର୍ଦ୍ଦେଶ ସହିତ ବିଭିନ୍ନ ମାମଲାରେ ପ୍ରଦାନ କରାଯାଇଥିବା ରାୟକୁ ଅଣଦେଖା କରାଯାଇ ଛାତ୍ରଛାତ୍ରୀଙ୍କ ନିକଟରୁ ପ୍ରତି ଉତ୍ତରଖାତାର ଜେରକ୍ସ କପି ପ୍ରଦାନ ପାଇଁ ଦୁଇ ଶହ ଟଙ୍କା ନିଆଯାଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe