ମହଙ୍ଗା ପଡ଼ିଲା ବରଯାତ୍ରୀ ଶୋଭାଯାତ୍ରା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୨୦ ହଜାର ତଣ୍ଡ ଗଣିଲେ ବରପକ୍ଷ

Advertisment
ମହଙ୍ଗା ପଡ଼ିଲା ବରଯାତ୍ରୀ ଶୋଭାଯାତ୍ରା: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୨୦ ହଜାର ତଣ୍ଡ ଗଣିଲେ ବରପକ୍ଷ

ସମ୍ବଲପୁର : ମହଙ୍ଗା ପଡ଼ିଲା ବରଯାତ୍ରୀ ଶୋଭାଯାତ୍ରା। ଡିଜେ ବଜାଇ ଭିଡ଼ ଜମାଇ ବରଯାତ୍ରୀ ଶୋଭାଯାତ୍ରା କରିବା ଓ କୋଭିଡ୍ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ବର ପକ୍ଷ ୨୦ ହଜାର ଟଙ୍କା ତଣ୍ଡ ଗଣିଛନ୍ତି। ଘଟଣା ଘଟିଥିଲା ଗୁରୁବାର ସଂଧ୍ୟାରେ ସମ୍ବଲପୁର ସହରର ଧନୁପାଲି ଅଞ୍ଚଳରେ।

publive-image

ଧନୁପାଲି କଟକ ରୋଡ୍ ଅଞ୍ଚଳର ଏକ ମଣ୍ଡପରେ ଧୁମ୍‌ଧାମ୍‌ରେ ବିବାହ ଆୟୋଜନ ହୋଇଥିଲା। ବରପକ୍ଷ ବି ପୂରା ତାମ୍‌ଝାମ୍‌ରେ ଶୋଭାଯାତ୍ରାରେ ବାହାରିଥିଲେ। କିନ୍ତୁ ବରଯାତ୍ରୀ ଗହଳି ଓ ‌ଭୋଜିରେ ଭିଡ଼ ଦେଖି କେହି ଜଣେ ପୁଲିସ୍‌କୁ ସୂଚନା ଦେଇ ଦେଇଥିଲା। ମାନେଶ୍ବରର ଅତିରିକ୍ତ ତହସିଲଦାର ଗୌରବ ପ୍ରଧାନ ଏବଂ ଥାନା ଅଧିକାରୀ ଅନିତା ପ୍ରଧାନ ସଦଳବଳେ ପହଞ୍ଚି ଯାଇଥିଲେ ଘଟଣା ସ୍ଥଳରେ। ଦୃଷ୍ଟାନ୍ତମୂଳକ ଭାବେ ବରପକ୍ଷଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରି ରସିଦ୍ ଦେଇଥିଲେ। ଭିଡ଼ ନ କରିବାକୁ ବୁଝାଇବା ସହ ଭୋଜି ସ୍ଥାନ ଶୀଘ୍ର ଖାଲି କରିବାକୁ କହିଥିଲେ। ଆସନ୍ତାକାଲି ମଣ୍ଡପ କର୍ତ୍ତୃପକ୍ଷଙ୍କୁ ବି ନୋଟିସ୍ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe