ଏଟିଏମ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Advertisment
ଏଟିଏମ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୨୧ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର/ବୀରମହାରାଜପୁର/ଉଲୁଣ୍ଡା: ଦୁଇ ଜଣ ଏଟିଏମ୍‌ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆଜି ୨୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା  ଉଲୁଣ୍ଡା ବ୍ଲକର ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ବିଶିପଡ଼ା ରାସ୍ତା ପାଖରେ ହୋଇଛି ଏହି ଡକାୟତି । ଘରୋଇ ସଂସ୍ଥାରେ କାର୍ଯ୍ୟରତ ତଥା ସୋନପୁର ବ୍ଳକ ଛକ୍‌ର ସୁଧାଂଶୁ ପ୍ରଧାନ ଓ ଘୋଡାଘାଟପଡ଼ାର ସୁନିଲ୍ ମହାରଣା ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ ସୋନପୁର ବରୋଦା ବ୍ୟାଙ୍କରୁ ଦୁଇ ଜଣ ଏଟିଏମ୍ ଏକଜ୍ୟୁକୁଟିଭ୍‌ ସୁଧାଂଶୁ ପ୍ରଧାନ ଓ ସୁନିଲ୍ ମହାରଣା ଯଥାକ୍ରମେ ୧୧ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ନେଇ ଉଲୁଣ୍ଡା ବରୋଦା ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭର୍ତି କରିବାପାଇ ଯାଉଥିଲେ । ବାଘଲପୁର ଛକପାଖରେ ତିନୋଟି ବାଇକ୍‌ରେ ୬ ଜଣ ଲୁଟେରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ପ୍ରଥମେ ସୁଧାଂଶୁଙ୍କ ବାଇକ୍ ଅଟକାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହାପରେ ସୁନିଲ୍ ମହାରଣା ଧରିଥିବା ୧୦ ଲକ୍ଷ ଟଙ୍କା ଲୁଟିଥିଲେ । ଲୁଟ୍ ପରେ ଦୁର୍ବୃତ୍ତମାନେ ପଳାଇବା ବେଳକୁ କୌଣସି କାରଣରୁ ସେମାନଙ୍କର ଏକ ବାଇକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଏକ ବାଇକ୍ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ବୀରମହାରାଜପୁର ପୁଲିସକୁ ଲୁଟ ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଥାନା ଅଧିକାରୀ ପ୍ରଭା ଧାନଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛି । ଏହାସହିତ ଉଲୁଣ୍ଡା ପୁଲିସ, ସୁବଳୟା ପୁଲିସ ସୋନପୁର ପୁଲିସ ମିଳିତ ଭାବରେ ଚଢ଼ାଉ ଜାରି ରଖିଛନ୍ତି । ସ୍ବଷ୍ଠ ଦିବାଲୋକରେ ଏଭଳି ଏକ ବଡ଼ ଧରଣର ଡ଼କାୟତି ବୀରମହାରାଜପୁର ଅଞ୍ଚଳରେ ପ୍ରଥମ ବୋଲି ଆଲୋଚନା ହେଉଛି । ଅନ୍ୟପଟରେ ଘରୋଇ କଂପାନିର କର୍ମଚାରୀମାନେ ବାଇକ୍‌ରେ ଟଙ୍କା ନେଇ ଏଟିମ୍‌କୁ ଯାଉଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe