ନଗଦ ୨୨ ଲକ୍ଷ ସହ କାର ଛାଡ଼ି ପଳାଇଲା ବ୍ରାଉନ୍‌ସୁଗାର ମାଫିଆ

ନଗଦ ୨୨ ଲକ୍ଷ ସହ କାର ଛାଡ଼ି ପଳାଇଲା ବ୍ରାଉନ୍‌ସୁଗାର ମାଫିଆ

ଖୋର୍ଦ୍ଧା: ବେଙ୍ଗୀ-ଟାଙ୍ଗୀ ଲେଙ୍କାତୋଟାର ମାଟି ତଳୁ ମିଳିଥିବା ଅଜଣା ଶବ ଓ ୧ ମାସ ପୂର୍ବେ ଖୋର୍ଦ୍ଧା ସାମନ୍ତରାପୁର ଠେଙ୍ଗାହାଟର ବ୍ରାଉନ୍‌ସୁଗାର ମାଫିଆ ଭଗ୍ନିଦ୍ୱୟଙ୍କ ଘରୁ ମିଳିଥିବା ବ୍ରାଉନ୍‌ସୁଗାର ଓ ବିପୁଳ ସୁନା ଅଳଙ୍କାର ମାମଲାରେ ଗିରଫ ୫ ବ୍ୟକ୍ତିଙ୍କ ମଧ୍ୟରେ ବେଙ୍ଗୀ-ଟାଙ୍ଗୀ ନିକଟ ଗୁଡ଼ୁମର ଦୁଇ ବ୍ୟକ୍ତି ଗିରଫ ଘଟଣାର ସମ୍ପର୍କକୁ ନେଇ ଆଲୋଚନା ଜୋର ଧରି ଧିବା ବେଳେ ଆଜି ଖୋର୍ଦ୍ଧା ପୁଲିସ ବ୍ରାଉନସୁଗାର ମାଫିଆଙ୍କ ଜଣେ ପରିବାର ସଦସ୍ୟଙ୍କ ନିକଟରୁ ୨୨ଲକ୍ଷ ଟଙ୍କା ନଗଦ ଜବତ କରିବା ସମ୍ପୂର୍ଣ୍ଣ ମାମଲାକୁ ଅଧିକ ରହସ୍ୟମୟ କରିଛି ।

publive-image

ଆଜି ଖୋର୍ଦ୍ଧା ଟାଉନ୍ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଅକ୍ଟୋବର ୨୧ ତାରିଖରେ ୫୨୧/୨୦୨୨ ମାମଲାରେ ଠେଙ୍ଗାହାଟର କନି ବେହେରା ଓ ସ୍ୱର୍ଣ୍ଣଲତା ବେହେରାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍‌ସୁଗାର ଓ ୮୩୦ ଗ୍ରାମ ସୁନାରୁପା ଅଳଙ୍କାର, ନଗଦ ୫ଲକ୍ଷ ଟଙ୍କା ମିଳିବା ଘଟଣାରେ ଅନୁସନ୍ଧାନରେ ଆଜି କନି ବେହେରାର ପୁଅ ଶରତ ବେହରା ଓରଫ ବାୟା ଏକ କାର (ଓଡି ୦୨ ସିବି ୪୨୪୨)ରେ ବ୍ରାଉନସୁଗାର କାରବାର ପାଇଁ ଭୁବନେଶ୍ୱର ଯାଉଥିବା ସୂଚନା ମିଳିଥିଲା । ସୂଚନା ଆଧାରରେ ପୁଲିସ ୧୬ ନମ୍ବର ଜାତୀୟ ରାଜପଥ ନିକଟ ଶିଆଳିଆ ଛକ ଠାରେ ଛକି ବସି କାରକୁ ଅଟକାଇଥିଲା । ପୁଲିସକୁ ଦେଇ ଶରତ କାର ଛାଡ଼ି ଦୌଡ଼ି ପଳାଇଥିଲା । ପୁଲିସ କାରକୁ ଜବତ କରି ଖୋଜାଖୋଜି କରିବାରେ ସେଥିରୁ ୨୨ଲକ୍ଷ ଟଙ୍କା ନଗଦ ବାହାରିଥିଲା । ତେବେ ଏହି ଟଙ୍କା କାହାପାଖକୁ ନେଉଥିଲା, ତା’ର ପରିବାରର ଅନ୍ୟ ସଦସ୍ୟଙ୍କ ଗିରଫର ୧ ମାସ ମଧ୍ୟରେ ଏତେ ପରିମାଣରେ ଟଙ୍କା କିଭଳି ସଂଗ୍ରହ କଲା ସେନେଇ ପୁଲିସ କୌଣସି ଟେର ପାଇପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe