ସରକାରୀ ଯାତ୍ରୀବାହୀ ବସ୍‌ରେ ୮କିମି ରାସ୍ତାକୁ ୧୮କିମି ଦର୍ଶାଇ ଯାତ୍ରୀଙ୍କ ଠାରୁ ୨୫ଟଙ୍କା ଭଡ଼ା ଆଦାୟ

୮କିମି ରାସ୍ତା ପାଇଁ ୨୫ ଟଙ୍କା ଭଡ଼ା

ସରକାରୀ ଯାତ୍ରୀବାହୀ ବସ୍‌ରେ ୮କିମି ରାସ୍ତାକୁ ୧୮କିମି ଦର୍ଶାଇ ଯାତ୍ରୀଙ୍କ ଠାରୁ ୨୫ଟଙ୍କା ଭଡ଼ା ଆଦାୟ

ଘୁ.ଉଦୟଗିରି: ସରକାର ଯାତ୍ରୀବାହୀ ବସ୍‌ ନିମନ୍ତେ କିମି ପିଛା ଦର ଧାର୍ଯ୍ୟ କରିଛନ୍ତି। ଏହା ସତ୍ତ୍ୱେ ଯାତ୍ରୀମାନେ ବିଭିନ୍ନ ବସ୍‌ରେ ଯାତ୍ରା କଲା ବେଳେ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ବସ୍‌ ଭଡା ଦେଇ ଯାତାୟତ କରୁଥିବା ନେଇ ଅଭିଯୋଗ ଆସିଥାଏ। ବିଶେଷ କରି ବେସରକାରୀ ବସ୍‌ ବିରୁଦ୍ଧରେ ଏଇଭଳି ଅଭିଯୋଗ ଆସୁଥବା ବେଳେ ସରକାରୀ ବସ୍‌ ବିରୁଦ୍ଧରେ ଏହିଭଳି ଏକ ଗୁରୁତର ଅଭିଯୋଗ ଆସିଛି। କଟକ ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଯାଉଥିବା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)ର ସରକାରୀ ଯାତ୍ରୀବାହୀ ବସ୍‌ରେ ଛାତ୍ରଛାତ୍ରୀମାନଙ୍କ ଠାରୁ ୮କିମି ଯାତ୍ରା ପାଇଁ ୨୫ ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି।

କଟକ ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଯାଉଥିବା ରାଜ୍ୟ ପରିବହନ ନିଗମ (ଓଏସ୍‌ଆରଟିସି)ର ସରକାରୀ ଯାତ୍ରୀବାହୀ ବସ୍‌ରେ ଯାତୟତ କରିଥିବା ସ୍ଥାନୀୟ ଅଞ୍ଚଳର କଲେଜ ପଢୁଆ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେଲା ଏହି ବସ୍‌ରେ ଘୁ.ଉଦୟଗିରିରୁ କଳିଙ୍ଗା ଏବଂ କଳିଙ୍ଗା ଠାରୁ ଘୁ.ଉଦୟଗିରି ଯାତ୍ରା କରିଥିବା ବେଳେ ମାତ୍ର ୮କିମି ରାସ୍ତାକୁ ଏହି ବସର କଣ୍ଡକ୍ଟର ୨୫ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା।

publive-image

ସରକାରୀ ଧାର୍ଯ୍ୟ ଦର ଅନୁସାରେ ୮କିମି ରାସ୍ତାକୁ ୧୦ଟଙ୍କା ଆଦାୟ କରାଯିବା କଥା। କିନ୍ତୁ ବସ୍‌ କଣ୍ଡକ୍ଟରଙ୍କ କହିବା ଅନୁସାରେ କଳିଙ୍ଗା ଏହି ସରକାରୀ ବସ୍‌ର ଷ୍ଟପେଜ୍‌ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି  ଯେ, ଯଦି କଳିଙ୍ଗା ପାଇଁ ଏହି ବସ୍‌ର ଷ୍ଟପେଜ ନାହିଁ, ତାହେଲେ କଳିଙ୍ଗା ଯାତ୍ରୀଙ୍କୁ ବସ୍‌ରେ ଆଣୁଛନ୍ତି କେମିତି? ଅନ୍ୟ ଏକ ପ୍ରଶ୍ନ କଳିଙ୍ଗା ଷ୍ଟପେଜ ଯଦି ନାହିଁ ତାହାହେଲେ କଳିଙ୍ଗା ଟିକେଟ କେମିତି କାଟୁଛନ୍ତି?

ଗୁରୁବାର ଦିନ କିଛି ଛାତ୍ରଛାତ୍ରୀ ନିଜ ପାଠପଢା ସାରି ବାଲିଗୁଡ଼ାରୁ କଟକ ଯାଉଥିବା ସରକାରୀ ବସ୍‌ରେ ଘୁ.ଉଦୟଗିରିରୁ ବସିଥିଲେ। କଣ୍ଡକ୍ଟର ଜଣକ ପିଛା୨୫ଟଙ୍କା ଲେଖାଏଁ ଆଦାୟ କରିଥିଲେ ଏବଂ ରସିଦ ପ୍ରଦାନ କରିଥିଲେ। ଘୁ.ଉଦୟଗିରି ଠାରୁ କଳିଙ୍ଗା ଦୂରତା ୮କିମି ହୋଇଥିବା ବେଳେ କଟାଯାଇଥିବା ଟିକଟରେ ୧୮କିମି ଦର୍ଶାଇ ୨୫ଟଙ୍କା ଆଦାୟ କରିଥିଲେ। ବେଆଇନ୍‌  ଭାବେ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଭଡା ନେଉଥିବା ସରକାରୀ ବସ୍‌ର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଯେଉଁ ବ୍ୟକ୍ତିମାନଙ୍କ ଠାରୁ ଧାର୍ଯ୍ୟ ଦର ଠାରୁ ଅଧିକ ଦେୟ ନେଇଛନ୍ତି ଉକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି। ସରକାରୀ ବସ୍‌ରେ ଯଦି ଏହିଭଳି ବେଆଇନ କାର୍ଯ୍ୟ ହେବ ତାହାହେଲେ ସାଧାରଣ ଯାତ୍ରୀ କାହାକୁ ଭରସା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe