(Representational immage) )Times of India
ସମ୍ବଲପୁର : ଶାସନ ଥାନା ଅଞ୍ଚଳରୁ ଜଣେ ମାଇକ୍ରୋ ଫାଇନାନ୍ସ କମ୍ପାନିର ଏଜଣ୍ଟଙ୍କ ଠାରୁ ୨୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କର୍ମଚାରୀ ଜଣକ ଫାସିମାଲ ଅଞ୍ଚଳରୁ ଟଙ୍କା କଲେକ୍ସନ୍ ସାରି ବୁଧବାର ରାତି ୯ଟା ସମୟରେ କେନାଲ୍ ହୁଡ଼ା ଦେଇ ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ। ଟଙ୍କା ଦେବାକୁ ୨ ଦୁର୍ବୃତ୍ତ କହିବାରୁ ସେ ମନା କରିଥିଲେ। ତାପରେ ସେମାନେ ଠାଙ୍ଗାରେ ଗାଡ଼ିକୁ ମାଡ଼ ମାରିଥିଲେ। ତାପରେ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଲୁଟି ନେଇ ଫେରାର୍ ହୋଇଯାଇଥିଲେ। ସେହି ବ୍ୟାଗ୍ରେ ୨୪୫୦୦ ଟଙ୍କା ଥିଲା।
Follow Us