ବିନା ହେଲମେଟରେ ସ୍କୁଟି ଚଳାଉ ଥିଲେ ନାବାଳକ, ଧରିବା ପରେ ପରିବହନ ବିଭାଗ କଷିଲା ୨୬ ହଜାର ଟଙ୍କାର ଜରିମାନା

ବିନା ହେଲମେଟରେ ସ୍କୁଟି ଚଳାଉ ଥିଲେ ନାବାଳକ, ଧରିବା ପରେ ପରିବହନ ବିଭାଗ କଷିଲା ୨୬ ହଜାର ଟଙ୍କାର ଜରିମାନା

ବାରଙ୍ଗ: ପୁଣି ଜଣେ ନାବାଳକଙ୍କୁ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ୨୬ ହଜାର ଟଙ୍କା ଜରିମାନା ହୋଇଛି। କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳକ ବିନା ଲାଇସେନ୍‌ସରେ ହେଲମେଟ୍‌ ନ ପିନ୍ଧି ସ୍କୁଟି ଚଳାଇବା ଅଭିଯୋଗରେ ଧରାପଡ଼ିବା ପରେ କଟକ ଆରଟିଓଙ୍କ ପକ୍ଷରୁ ୨୬ ହଜାର ଟଙ୍କା ଜରିମାନା ହୋଇଛି। ପରିବହନ ବିଭାଗର ଅଧିକାରୀମାନେ ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ୧୫ ବର୍ଷିଅ ସାଗର ପରିଡ଼ା ବାରଙ୍ଗ ଥାନା ଛକ ନିକଟରେ ଧରାପଡ଼ିଥିଲେ।

ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟାରେ ବାରଙ୍ଗା ଥାନା ଅନ୍ତର୍ଗତ ଗୋଠପୁର ଗ୍ରାମର ମଙ୍ଗରାଜ ପରିଡ଼ାଙ୍କ ପୁଅ ସାଗର ପରିଡ଼ା ଜଣେ ପଡୋଶୀଙ୍କୁ ସ୍କୁଟିରେ ଛକ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥଲେ। ସେ ପଡ଼ୋଶୀଙ୍କ ଆକ୍ଟିଭା ସ୍କୁଟି (ଓଡି ୦୫ ଜେ-୧୫୧୨) ନେଇ  ଯାଉଥିବା ସମୟରେ  ‌ପରିବହନ ବିଭାଗର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସାଗରକୁ ବିନା ଲାଇସେନ୍‌ସରେ ବାଇକ୍‌ ଚଳାଇବା ଯୋଗୁଁ ୨୫ ହଜାର ଟଙ୍କା ଓ ହେଲମେଟ୍‌ ପିନ୍ଧିନଥିବାରୁ ୧ ହଜାର ଟଙ୍କା, ଏହିପରି ମୋଟ ୨୬ ହଜାର ଟଙ୍କା ଜରିମାନା କରାଯାଇଛି। ଏଥିସହ ତାଙ୍କ ନାମରେ ମା‌ମଲା ମଧ୍ୟ ରୁଜୁ କରାଯାଇଛି। ଏହା ଫଳରେ ତାଙ୍କୁ ୨୫ ବର୍ଷ ହେବା ଯାଏ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ।

publive-image

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ମୋଟର ସାଇକେଲ ଚଳାଇବା ଅଭିଯୋଗରେ ୨୬ ହଜାର ଟଙ୍କା ଜରିମାନା ହୋଇଥିଲା। ପାଳଲହଡ଼ା ଟାଉନ ଠାରୁ ୨ କିମି ଦୂର ଝିମିରିପାଲି ଛକଠାରେ ରବିବାର ତାଳଚେର ଆଂଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପାଳଲହଡ଼ା ପୁଲିସ ପକ୍ଷରୁ ଗାଡ଼ିମଟର ଯାଞ୍ଚ କରାଯାଇଥିଲା। ନୂଆଁ ସିଡିଙ୍ଗ ଗାଁର ଅନିଲ କୁମାର ଜେନାଙ୍କର ଏକ ମଟରସାଇକେଲ୍‌ (ଓଆର୍‌୧୯ଜେ-୫୬୩୫) ଜଣେ ୧୬ ବର୍ଷର ନାବାଳକ ଚଳାଇ ଯିବା ବେଳେ ଧରାପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe