୨ ଲକ୍ଷ ୭୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ସହ ୪ ଗ୍ରାହକ ଗିରଫ

Advertisment

କ୍ରାଇମବ୍ରାଞ୍ଚ ସ୍କାନରରେ ଥାଇ ବି ଚାଲିଥିଲା ବେପାର

କ୍ରାଇମବ୍ରାଞ୍ଚ ସ୍କାନରରେ ଥାଇ ବି ଚାଲିଥିଲା ବେପାର

ଦେଶକୁ ଆସୁଛି ହଜାର ହଜାର କେଜି ଡ୍ରଗ୍‌ସ: ସୁବୋଧକାନ୍ତ

ଜଳେଶ୍ବର: ଜଳେଶ୍ବର ଥାନା ଆଇଆଇସି ପର୍ଶୁରାମ ସାହୁ ଆଜି ସଦଳବଳେ ସହରର ପଞ୍ଚୁଘଣ୍ଟା ବାଲି ଖାଦାନ ଅଞ୍ଚଳରୁ ଶାସନବାଡ ଗ୍ରାମର ସେଖ୍ ଅସିରୁଦ୍ଦିନ ଓରଫ୍ ପୁସୁକୁ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଗିରଫ କରିଛନ୍ତି। ଏଥିସହିତ ୪ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଗ୍ରାହକମାନେ ହେଲେ କମର୍ଦ୍ଦାର ଯଜ୍ଞେଶ୍ବର ପ୍ରମାଣିକ, ନହଁରା ଗ୍ରାମର କେଦାର ଜେନା, କମର୍ଦ୍ଦା କଲେଜ୍ ଗ୍ରାମର ଉତ୍ପଳ ପ୍ରହରାଜ ଓରଫ୍ କାପା ଓ ଜଳେଶ୍ବର ଥାନାଞ୍ଚଳର ବାଗପୁଞ୍ଜି ଗ୍ରାମର ଅରୂପ କୁମାର ଜେନା। ପୁସୁଠାରୁ ପୁଲିସ ୨୭ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି କୁହାଯାଇଇଛି। ଏନେଇ ଜଳେଶ୍ବର ଥାନାରେ ୧୮୫/୨୧ରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଗିରଫ୍ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ୧୩ ତାରିଖରେ ଗିରଫ ବ୍ରାଉନସୁଗାର ବେପାରୀ ପୁସୁ ସହିତ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁ ଓ ମଧ୍ୟସ୍ଥିଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ସହ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ଓ ପ୍ରକାଶିତ ହୋଇଥିଲା। ତାପରେ ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପୁସୁ ଓ ତାର ସାନଭାଇକୁ ହାଜର ହେବାକୁ ନୋଟିସ୍‌ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe