ଉଚ୍ଚଶିକ୍ଷା ବିଭାଗକୁ ୨୮୩୬ କୋଟି

Advertisment
କୁଆଡ଼େ ଯିବେ ବିଧାୟକ ରୋହିତ? ଏପଟେ ରାସେଶ୍ବରୀ, ସେପଟେ ପ୍ରସନ୍ନ

ଭୁବନେଶ୍ବର : ଶନିବାର ଦିନ ଉଚ୍ଚଶିକ୍ଷା ବିଭାଗର ୨୮୩୬.୦୭ କୋଟି ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଛି। ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ କହିଲେ, ଉଚ୍ଚଶିକ୍ଷା ବିଭାଗ ଗୁଣାତ୍ମକ ଶିକ୍ଷା ପାଇଁ ସବୁବେଳେ ଗୁରୁତ୍ବ ଦେଇଆସିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରୀ କଲେଜର ଭିତ୍ତିଭୂମି ପାଇଁ ୬୩ କୋଟି ଓ ବେସରକାରୀ କଲେଜର ଭିତ୍ତିଭୂମି ପାଇଁ ୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନୂଆ ବିଶ୍ବବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ବିଶ୍ବବ୍ୟାଙ୍କ ସହାୟତାରେ ରାଜ୍ୟର ଉଚ୍ଚଶିକ୍ଷା ଅନୁଷ୍ଠାନର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ‘ଓଡ଼ିଶା ହାୟର୍‌ ‌ଏଜୁକେସନ୍ ପ୍ରୋଗ୍ରାମ ଫର୍‌ ଏକ୍ସଲେନ୍ସ ଆଣ୍ଡ୍‌ ଇକ୍ୟୁଟି’ ପାଇଁ ୨୬୯ କୋଟି ଟଙ୍କା ଦିଆଯାଇଛି। ଗତ ବର୍ଷ ଏହି ପରିମାଣ ଥିଲା ୧୩୬ କୋଟି ଟଙ୍କା। ସିଭିଲ୍ ସର୍ଭିସ୍‌ କୋଚିଂ ପାଇଁ ନୂ୍ଆ ଯୋଜନା ପ୍ରସ୍ତୁତ କରାଯାଉଛି। ଏ ବାବଦକୁ ଦେଢ଼ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରହିଛି। ସତ୍ୟବାଦୀରେ ହେବାକୁ ଥିବା ଓଡ଼ିଆ‌ ବିଶ୍ବବିଦ୍ୟାଳୟ ପାଇଁ ଚଳିତ ବଜେଟ୍‌ରେ ୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe