ପୁରୀ : ପୁରୀ-କୋଣାର୍କ ରୋଡରେ ୧୪ ଜଣ ଯାତ୍ରୀଙ୍କୁ ନେଇ ବିପଜ୍ଜନକ ଯାତ୍ରା କରୁଥିବା ଏକ ଅଟୋଚାଳକକୁ ୨୯ ହଜାର ୫୦୦ ଟଙ୍କା ଜରିମାନା କରାଯାଇଛି। ଓଭରଲୋଡିଂ ସହ ଦ୍ରୁତଗତିରେ ଯାତ୍ରା କରୁଥିବାରୁ ଅଟୋକୁ ପିଚ୍ଛା କରି ଆର୍ଟିଓ ରବିନ ପଟ୍ଟନାୟକ ନିଜେ ଜରିମାନା ଆଦାୟ ସହ ଅଟୋକୁ ଜବତ କରିଛନ୍ତି।
ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓଡି ୧୩- ୦୮୧୭ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡିର ଫିଟନେସ, ବୀମା, ପରମିଟ, ପଲ୍ୟୁସନ ସାର୍ଟିଫିକେଟର ଅବଧି ପୂରି ଯାଇଥିବା ଦେଖିବାକୁ ପାଇଥିଲେ। ୪ ଜଣ ଯାତ୍ରୀ ବସି ଯାତ୍ରା କରିବାର ନିୟମ ଥିଲେ ମଧ୍ୟ ଗାଡିରେ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବାରୁ ୨୯,୫୦୦ ଟଙ୍କା ଜରିମାନା କରାଯାଇଥିଲା। ପେଣ୍ଠକଟା ମେରାଇନ୍ ଥାନା ସହାୟତାରେ ଗାଡିକୁ ଜବତ କରାଯାଇଥିଲା। ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣାଜନିତ ମୃତ୍ୟୁହାର ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ ଓ ଆରଟିଓଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
Follow Us