କୁଲତାଟୁକୁରା ପିଇଓଙ୍କ ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ବ୍ଳକ କୁଲତାଟୁକୁରା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଝସକେତନ ମହାପାତ୍ରଙ୍କ ବାଇକ ଡିକିରୁ ବୁଧବାର ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ପଞ୍ଚାୟତରେ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଶ୍ରୀ ମହାପାତ୍ର ରେଙ୍ଗାଲି କ୍ୟାମ୍ପ୍‌ ସ୍ଥିତ ଆକ୍ସିସ୍‌ ବ୍ୟାଙ୍କରୁ ୩ ଲକ୍ଷ ୫୧ ହଜାର ଟଙ୍କା ଉଠାଇ ଏକ କଳା ପଲିଥିନରେ ଗୋଡ଼ାଇ ନିଜ ବାଇକ୍ ଡିକିରେ ରଖିଥିଲେ। ଅପରାହ୍‌ଣ ପ୍ରାୟ ୧ଟା ବେଳେ ସେ ବ୍ଲକ୍‌ ଅଫିସ୍‌ ସମ୍ମୁଖ ଗେଟ୍‌ରେ ବାଇକ୍‌ ରଖି ନିକଟସ୍ଥ ଜେରକ୍ସ ଦୋକାନରେ ପଞ୍ଚାୟତର ଜିଆର୍‌ଏସ୍‌ଙ୍କୁ ଅପେକ୍ଷା କରିଥିଲେ। ପ୍ରାୟ ୧୦ ମିନିଟ ପରେ ଜିଆର୍‌ଏସ୍ ସରୋଜ ପ୍ରଧାନ ଆସି ପହଞ୍ଚିବା ପରେ‌ ସେମାନେ ବାଇକ୍‌ ନିକଟକୁ ଆସି ଡିକିରେ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ଟଙ୍କା ଲୁଟ୍‌ ହୋଇଯାଇଥିବା ଜାଣିବା ପରେ ଶ୍ରୀ ମହାପାତ୍ର ଅତାବିରା ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଲୁଟେରଙ୍କା ସଂପର୍କରେ କୌଣସି ସୁରାକ୍‌ ମିଳିପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe