ସମ୍ବଲପୁରରେ ପୁଣି ସକ୍ରିୟ କଳା ପଲସର ଲୁଟେରା : ଷ୍ଟେଟ୍‌ ବ୍ୟାଙ୍କ୍‌ ସମ୍ମୁଖରୁ ଲୁଟିନେଲେ ୩ ଲକ୍ଷ ଟଙ୍କା

Advertisment
ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

ସମ୍ବଲପୁର : ସମ୍ବଲପୁରରେ ପୁଣି ସକ୍ରିୟ କଳା ପଲସର ଲୁଟେରା ଗ୍ୟାଙ୍ଗ୍‌। ଗୁରୁବାର ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରତାରେ ଥିବା ଷ୍ଟେଟ୍‌ ବ୍ୟାଙ୍କ୍‌ ମୁଖ୍ୟ ଶାଖା ସମ୍ମୁଖରୁ ୩ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଲୁଟେରାମାନେ ଲୁଟ୍‌ କରି ଫେରାର୍‌ ହୋଇଯାଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ଟାଉନ୍‌ ଥାନା ପୁଲିସ୍‌ ଏକ ଲୁଟ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେପଟେ, ଲୁଟେରାଙ୍କୁ ଧରିବା ପାଇଁ ସଦର ଏସ୍‌ଡିପିଓ ତପନ ମହାନ୍ତିଙ୍କ ନେତୃତ୍ବରେ ୩ଟି ଟିମ୍‌ ଗଠନ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୂସାରେ, ଗୁରୁବାର ଦିନ ପ୍ରାୟ ଅଢ଼େଇଟା ସମୟରେ ସମ୍ବଲପୁର କୋର୍ଟରୁ ଷ୍ଟାମ୍ପ୍‌ ଭେଣ୍ଡର ଘନଶ୍ୟାମ ସୂପକାର ୩ ଲକ୍ଷ ଟଙ୍କା ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଷ୍ଟେଟ୍‌ ବ୍ୟାଙ୍କ୍‌ ମୁଖ୍ୟ ଶାଖାକୁ ଡିପୋଜିଟ୍‌ କରିବାକୁ ଆସିଥିଲେ। ସେ ରାସ୍ତା ଉପରେ ଗାଡ଼ି ରଖି ଷ୍ଟେଟ୍‌ ବ୍ୟାଙ୍କ୍‌ ଭିତରକୁ ଯାଉଥିବା ସମୟରେ ହିଁ ୨ ଜଣ ଲୁଟେରା ଏକ କଳା ପଲସରରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ କରିବା ପରେ ଆଖି ପିଛୁଳାକେ ମହାନଦୀ ଦ୍ବିତୀୟ ବ୍ରିଜ ପଟକୁ ଚାଲି ଯାଇଥିଲେ। ଏନେଇ ସଙ୍ଗେସଙ୍ଗେ ହୋ-ହଲ୍ଲା ହୋଇଥିଲେ ହେଁ ସେତେବେଳକୁ ଲୁଟେରାମାନେ ଫେରାର୍‌ ହୋଇଯାଇଥିଲେ। ଏନେଇ ଶ୍ରୀ ସୂପକାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଷ୍ଟେଟ୍‌ ବ୍ୟାଙ୍କ୍‌ ସମ୍ମୁଖ ଓ ନେଲସନମାଣ୍ଡେଲା ଛକର ସିସିଟିଭି ଆଧାରରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାପଡ଼ିଛି। ଉଲ୍ଳେଖଯୋଗ୍ୟ, ଚଳିତ ବର୍ଷ ହୋଇଥିବା ଅଇଁଠାପାଲି ଥାନା ଅଞ୍ଚଳର ୨ଟି ଚେନ୍‌ ଲୁଟ୍‌ ଘଟଣାର ଅଭିଯୁକ୍ତ ଅଦ୍ୟାବଧି ଧରାପଡ଼ିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe