ପୁଣି କଳା ପଲ୍‌ସର୍‌ ଗ୍ୟାଙ୍ଗ୍‌ର ଆତଙ୍କ: ପଞ୍ଚାୟତ ଇଓଙ୍କୁ ମାଡ଼ମାରି ସାଢ଼େ ୩ ଲକ୍ଷ ଲୁଟିନେଲେ

ପୁଣି କଳା ପଲ୍‌ସର୍‌ ଗ୍ୟାଙ୍ଗ୍‌ର ଆତଙ୍କ: ପଞ୍ଚାୟତ ଇଓଙ୍କୁ ମାଡ଼ମାରି ସାଢ଼େ ୩ ଲକ୍ଷ ଲୁଟିନେଲେ

ଟିକ୍ରାପଡ଼ା : ବଲାଙ୍ଗୀର ଜିଲ୍ଲାରେ ପୁଣି କଳାପଲ୍‌ସର୍‌ ଗ୍ୟାଙ୍ଗ ଆତଙ୍କ ଖେଳାଇଛି। ଶୁକ୍ରବାର ସଇନ୍ତଳା ବ୍ଲକ୍‌ ଟିକ୍ରାପଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ଯୋଶୀଙ୍କୁ ଏହି ଗ୍ୟାଙ୍ଗ୍‌ର ଲୁଟେରାମାନେ ମାଡ଼ମାରି ୩ ଲକ୍ଷ ୫୧ ହଜାର ଟଙ୍କା ଲୁଟଇ ନେଇଛନ୍ତି। ଗୁରୁତର ଅବସ୍ଥାରେ ଶ୍ରୀ ଯୋଶୀଙ୍କୁ ଚିକିତ୍ସା ପାଇଁ ବରଗଡ଼ ନିଆଯାଇଛି।

ପ୍ରକାଶ ଯେ, ଶୁକ୍ରବାର ଶ୍ରୀ ଯୋଶୀ ସଇନ୍ତଲା ବ୍ୟାଙ୍କରୁ ଉକ୍ତ ଟଙ୍କା ଉଠାଇ ତାଙ୍କ ବାଇକ୍‌ ଯୋଗେ ଟିକ୍ରାପଡ଼ାକୁ ଆସିଥିଲେ। ଅପରାହ୍ଣ ୪ଟା ୪୫ରେ ନିଜ ଘର କେନକେବାକୁ ଯାଉଥିବା ସମୟରେ ମନ୍ତ୍ରୀବାହାଲଠାରେ ଏକ କଳାପଲ୍‌ସରରେ ଆସି ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଉଭୟ ଲ‌ୁଟେରା ଶ୍ରୀ ଯୋଶୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ବାଇକ୍‌ ଡିକିରେ ଥିବା ଟଙ୍କା ତକ ନେଇ ଧୁମାଭଟା ପଟକୁ ଫେରାର୍‌ ହୋଇଯାଇଥିଲେ। ପରେ ଶ୍ରୀ ଯୋଶୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବରଗଡ଼ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ତାରିଣୀ ମନ୍ଦିର ନିକଟରେ ପଲ୍‌ସର୍‌ ଗ୍ୟାଙ୍ଗ୍‌ର ଦୁଇଜଣ ଲୁଟେରା ଜଣେ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧ ଲକ୍ଷ ୧୨ ହଜାର ଟଙ୍କା ଲୁଟି ନେଇଥିଲେ। ଜିଲ୍ଲାରେ କଳାପଲ୍‌ସର୍‌ ଲୁଟେରା ଗ୍ୟାଙ୍ଗ୍‌ ପୁଣି ସକ୍ରିୟ ହୋଇଥିବାରୁ ପୁଲିସ ସ୍ବତନ୍ତ୍ର ଦୃ‌ଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe