ବନ୍ୟା ପ୍ରଭାବିତ ଚାଷୀଙ୍କ ସହାୟତା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Advertisment
ବନ୍ୟା ପ୍ରଭାବିତ ଚାଷୀଙ୍କ ସହାୟତା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଅଗଷ୍ଟ ମାସର ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବନ୍ୟା ଯୋଗୁଁ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ସେହିପରି ଅଣଜଳସେଚିତ ଜମି ଲାଗି ହେକ୍ଟର ପିଛା ୬୮୦୦ ଟଙ୍କା ଇନପୁଟ ସବସିଡି ମିଳିବ। ଜଳସେଚନ ଜମି ପାଇଁ ୧୩ ହଜାର ୫୦୦ ଟଙ୍କା ଓ ବାରମାସି ଫସଲ ପାଇଁ ୧୮ ହଜାର ଟଙ୍କା ମିଳିବ।

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜରେ ଆମ୍ବ, କାଜୁ, ନଡ଼ିଆ ଓ ପାନକୁ ବାରମାସି ଫସଲର ଅର୍ନ୍ତଭୁକ୍ତ କରାଯାଇଛି। ପ୍ରକୃତ ଚାଷୀଙ୍କୁ ହିଁ ବନ୍ୟା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

୫୦ ପ୍ରତିଶତ ସବ୍‌ସିଡିରେ ଚାଷୀମାନଙ୍କୁ ୨୦୦୦ ପମ୍ପ ସେଟ୍‌ ଦିଆଯିବ। ଏହା ସର୍ବାଧିକ ୧୫ ହଜାର ଟଙ୍କା ହେବ। ସେହିପିର ୧ ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ। ରବି ଫସଲ ପାଇଁ ଉନ୍ନତମାନର ବିହନ ଯୋଗାଇ ଦିଆଯିବ। ଏଥି ପାଇଁ ଚାଷୀଙ୍କୁ ସର୍ବାଧିକ ୭୫ ପ୍ରତିଶତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ୧ ଲକ୍ଷ ଚାଷୀଙ୍କୁ ଭେଜିଟେବୁଲ କିଟ୍‌ ଦିଆଯିବ। ଏହି କିଟରେ ପାଳଙ୍ଗ, ବିନ୍‌ସ, ଟମାଟୋ, ଲଙ୍କା, ଶିମ୍ବ ଓ ମୂଳା ମଂଜି ରହିବ। ଏହାର ମୂଲ୍ୟ ୧୩୦ ଟଙ୍କା।

୧୦ ହଜାର ଛତୁଚାଷୀଙ୍କୁ ୫୦୦ ଟଙ୍କାରେ ଘର ମରାମତି ପାଇଁ ସହାୟତା ରାଶି ମିଳିବ। ସେହିପରି ରାଜ୍ୟ ସରକାର ବନ୍ୟାରେ ପ୍ରଭାବିତ ଅନ୍ୟ ଚାଷୀଙ୍କୁ ଉଚିତ ସହାୟତା ଯୋଗାଇ ଦେବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe