ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା

୬ ଅଧିକାରୀଙ୍କୁ ଚାଷୀ ପଞ୍ଜୀକରଣ ଜିଲ୍ଲା ଦାୟିତ୍ବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରାକ୍‌-ବଜେଟ୍‌ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି କଂଗ୍ରେସ କୃଷକ ସେଲ୍‌ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଚାଷୀଙ୍କୁ ମାସିକ ସର୍ବନିମ୍ନ ୩ ହଜାର ଟଙ୍କା ଭତ୍ତା, ଧାନ କିଣା ବାବଦରେ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୫୦୦ ଟଙ୍କାର ଅତିରିକ୍ତ ସହାୟତା ସମେତ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

କଂଗ୍ରେସ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ୍‌ ବିବୃତି ଜରିଆରେ ରାଜ୍ୟରେ କୃଷି ଓ କୃଷକଙ୍କ ସ୍ଥିତି ଅତ୍ୟନ୍ତ ସଙ୍ଗିନ ବୋଲି ବର୍ଣ୍ଣନା କରିଛନ୍ତି। ଏ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଯୋଜନା ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି। ଏଣୁ, ଚାଷୀଙ୍କ ଭତ୍ତା, ଧାନକିଣାରେ ସହାୟତା ସହିତ ସମସ୍ତ କୃଷିଋଣ ଛାଡ଼, ଧାନ ମଣ୍ଡିଗୁଡିକର ସୁଦୃଢ଼ୀକରଣ, ପ୍ରତି ବ୍ଳକରେ ୫୦ ପ୍ରତିଶତ ଜଳସେଚନ, କୃଷି ତଥା ଆନୁଷଙ୍ଗିକ କୃଷି ଭିତ୍ତିଭୂମିର ବିକାଶ, ଚାଷ ପାଇଁ ମାଗଣା ବିଜୁଳି, ଜଳକର ଛାଡ, କୃଷିଭିତ୍ତିକ ଶିଳ୍ପଗୁଡିକର ପୁନରୁଦ୍ଧାର, ସରକାରୀ ସ୍ତରରେ ଆବଶ୍ୟକ ସ୍ଥଳେ ପ୍ରତି ବ୍ଳକସ୍ତରରେ ଶୀତଳ ଭଣ୍ଡାର, ବିହନ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ, ପ୍ରଚଳିତ ରିଲିଫ୍‌ କୋଡ୍‌ର ସଂଶୋଧନ, ଭାଗଚାଷୀଙ୍କ ପାଇଁ ନୀତିଗତ ଯୋଜନା, ବିଭିନ୍ନ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟା ଏବଂ ପ୍ରସ୍ତୁତୀକରଣ ୟୁନିଟ୍‌ ସ୍ଥାପନ ଆଦି ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe