ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟ ଅଭିଯୋଗ

Advertisment
ଡିକି ଭାଙ୍ଗି ୩୦ ହଜାର ଟଙ୍କା ଲୁଟ ଅଭିଯୋଗ

ରାୟଗଡ଼ା: ରାୟଗଡ଼ା ସହର ଚୋରଙ୍କ ଅଡ୍ଡାସ୍ଥଳୀ ପାଲଟିଯାଇଛି। ପ୍ରତିଦିନ ଚୋରି, ଡକାୟତି ନିତିଦିନିଆ ଘଟଣା ହୋଇଗଲାଣି। ଚୋରମାନେ ଦିନରେ ବି ଲୁଟ କରିବା ଆରମ୍ଭ କରିଦେଲେଣି। ଗୁରୁବାର ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ଚୋରି ଘଟଣା ଦେଖିବାକୁ ମିଳିଥିଲା। ମୁଖ୍ୟ ଛକର ବିଜୟ ଅଳଙ୍କାର ଦୋକାନ ସାମ୍ନାରେ ଚୋର ଅଭିନବ ଉପାୟରେ ଜଣେ ବୃଦ୍ଧାଙ୍କ ଠାରୁ ମୋବାଇଲ ଚୋରି କରି ନେଇଗଲେ। ଏହାର ସମସ୍ତ ଭିଡିଓ ସିସିଟିଭିରେ କୈଦ ହୋଇଛି। ସକାଳ ପ୍ରାୟ ୧୦ଟାରେ ଏମ.ଜୟ ନାମକ ବୃଦ୍ଧ ଜଣକ ନିଜ ବାଇକ୍‌ ପାଖକୁ ଯାଇଥିଲେ। ତେବେ ହଠାତ ଏକ ବାଇକ୍‌ ତାଂକ ନିକଟରେ ପହଞ୍ଚିଥିଲା। ସେଥିରେ ଦୁଇ ଜଣ ବସିଥିଲେ। ଜଣେ ଓହ୍ଲାଇ କିଛି ଦୁର ଚାଲିଗଲା। ବାଇକ୍‌ ଚଲାଉଥିବା ବ୍ୟକ୍ତି ଜଣକ ବାଇକ୍‌କୁ ତଳେ ପକାଇ ଦେଇ ବୃଦ୍ଧଙ୍କୁ ସହଯୋଗ ପାଇଁ ଡାକିଲେ। ବୃଦ୍ଧ ଜଣକ ମାନବିକତା ଦୃଷ୍ଟିରେ ସହାୟତାର ହାତ ବଢ଼ାଇଲେ। କିନ୍ତୁ ପଛରେ ବସିଥିବା ବ୍ୟକ୍ତି ଜଣକ ଦୌଡି ଆସି ସହଯୋଗ କରିବା ବାହାନାରେ ବୃଦ୍ଧଙ୍କ ମୋବାଇଲଟି ଚୋରି କରି ନେଇଯାଇଥିଲା। ସେଠାରୁ ବାଇକ ଚାଳକ କ୍ଷୀପ୍ର ଗତିରେ ବାଇକ ନେଇ ଚାଲିଯାଇଥିଲା। କିଛି ସମୟ ପରେ ବୃଦ୍ଧ ଜଣକ ନିଜର ମୋବାଇଲ ଖୋଜିଥିଲେ। କିନ୍ତୁ ମିଳିନଥିଲା। ପରେ ସେ ସିସିଟିଭିରେ ଦେଖିବା ପରେ ଏସବୁ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସେହିପରି ଅନ୍ୟ ଏକ ଘଟଣାରେ ମା’ମଝିଘରିଆଣିକୁ ଯାଉଥିବା ରାସ୍ତାରେ ଜଣେ ବ୍ୟକ୍ତି ବାଇକ୍‌କୁ ରାସ୍ତାରେ ଠିଆ କରି ଜଳଖିଆ ଖାଉଥିଲେ। ତେବେ ତାଂକର ବାଇକ୍‌ରୁ କିଛି ମିନଟ ଭିତରେ ଡିକି ଭାଙ୍ଗି ଟଂକା ଗାଏବ କରିଥିରେ ଚୋର। ବ୍ୟକ୍ତି ଜଣକ ଜଳଖିଆ ଖାଇବା ପରେ ଆସି ଦେଖିଲା ବେଳକୁ ଡିକିରୁ ଟଂକା ଚୋରିର ହୋଇଯାଇଥିଲା।ପ୍ରାୟ ୩୦ ହଜାର ଟଂକା ଡିକିରେ ରଖିଥିବା ଜନୈକ ବ୍ୟକ୍ତି ଜଣକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe