ଝାଡ଼ଖଣ୍ଡ ସୀମାରେ ବନ୍ଧୁକ ମୁନରେ ଲାପ୍‌ଟପ୍‌ ଓ ୩୦ ହଜାର ଲୁଟ୍‌ ଅଭିଯୋଗ

Advertisment
ଝାଡ଼ଖଣ୍ଡ ସୀମାରେ ବନ୍ଧୁକ ମୁନରେ ଲାପ୍‌ଟପ୍‌ ଓ ୩୦ ହଜାର ଲୁଟ୍‌ ଅଭିଯୋଗ

ବଡ଼ଗାଁ (ସୁନ୍ଦରଗଡ଼): ବଡ଼ଗାଁ ଥାନା ଅନ୍ତର୍ଗତ ଝାଡ଼ଖଣ୍ଡ ସୀମାନ୍ତବର୍ତୀ ଏକମା ଠାରେ ଆଜି ସନ୍ଧ୍ୟାରେ ଅଜଣା ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ଜଣକୁ ପିଛା କରି ନଗଦ ୩୦ ହଜାର ଟଙ୍କା ଓ ବ୍ୟାଗରେ ଥିବା ଲାପ୍‌ଟପ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଏକମା ଛକରେ ସିଏସ୍‌ସି ସେଣ୍ଟର ଖୋଲି ଟଙ୍କା ନେଣଦେଣ କରୁଥିବା ବିଜୟ ଲାକ୍ରା ସବୁଦିନ ପରି ଆଜି ଦୈନିକ କାରବାର ସାରି ଘରକୁ ଫେରୁଥିବା ବେଳେ ଏକମା ଛକରୁ ପ୍ରାୟ ଏକ କିଲୋମିଟର ଦୂର ମହାକୁଳ ପଡା ଛକ ନିକଟରେ ପଛରୁ ୩ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି  ପଛରୁ ଧକ୍କା ଦେଇଥିଲେ। ସେଥିରେ ଅପ୍ରସ୍ତୁତ ହୋଇ ଭାରସାମ୍ୟ ହରାଇ ପଡିଯିବା ବେଳକୁ ବିଜୟ ଧରିଥିବା ବ୍ୟାଗକୁ ଲୁଟିବା ଉଦ୍ୟମ କରିଥିଲେ। ଏହାକୁ ବିରୋଧ କରି ପାଟି କରିବାବେଳେ  ବନ୍ଧୁକ ଦେଖେଇ ମାରି ଦେବାକୁ ଧମକ ଦେଇ ଲୁଟ୍‌ କରିଥିଲେ।

ସୂଚନାଯୋଗ୍ୟ ଉକ୍ତ ସ୍ଥାନରେ ଚାରି ପାଞ୍ଚ ମାସ ପୂର୍ବେ ସମାନ ଢଙ୍ଗରେ ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ୍‌ ହୋଇଥିଲା। ଏହି ସମ୍ପର୍କରେ ଏକମାସ୍ଥିତ ପୁଲିସ ବିଟ୍‌ରେ ସୂଚନା ଦେବା ପରେ ପୁଲିସ ଘଟଣାର ତନାଘନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe