ମଦଭାଟିରେ ଆୟକର ଚଢ଼ାଉ: ବଲାଙ୍ଗୀରରେ ଗଣତି ସରିଲା, ବାହାରିଲା ୩୦୫ କୋଟି

Advertisment
ମଦଭାଟିରେ ଆୟକର ଚଢ଼ାଉ: ବଲାଙ୍ଗୀରରେ ଗଣତି ସରିଲା, ବାହାରିଲା ୩୦୫ କୋଟି

ବଲାଙ୍ଗୀର: ଆୟକର ବିଭାଗ ଦ୍ବାରା ବଲାଙ୍ଗୀର ସୁଦପଡ଼ା ମଦଭାଟି ଓ ପରିଚାଳକ ରହୁଥିବା କୋଠାରୁ ମିଳିଥିବା ଟଙ୍କା ଗଣତି ପରେ ଏହା ୩୦୫ କୋଟି ହୋଇଥିବା ବ୍ୟାଙ୍କ ସୂତ୍ରରୁ ଜଣାପଡ଼ିଛି। ତେବେ ଆୟକର ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଜବତ ଟଙ୍କାର ପରିମାଣ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି। ବଲାଙ୍ଗୀର ମଦଭାଟିରୁ ୧୭୬ ଗୋଟି ବଡ଼ ବ୍ୟାଗରେ ଥିବା ଏହି ଟଙ୍କାକୁ ବଲାଙ୍ଗୀର ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାରେ ଗତ ୫ ଦିନ ଧରି ଗଣା ଯାଉଥିଲା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶାଖାରୁ ୫୦ରୁ ଅଧିକ କର୍ମଚାରୀ ଏହି ଟଙ୍କା ଗଣା କାମରେ ନିୟୋଜିତ ଥିବା ବେଳେ ଏଥିରେ ୨୫ ଗୋଟି ଟଙ୍କାଗଣା ମେସିନ ଓ ୩ ଗୋଟି ଟଙ୍କା ବାଇଣ୍ଡଂ ମେସିନ ବ୍ୟବହୃତ ହୋଇଥିଲା।

publive-image

ଗତ ୬ ତାରିଖ ରାତିରେ ଏକ ଟ୍ରକ ଯୋଗେ ମଦଭାଟିରୁ ଜବତ ହୋଇଥିବା ଏହି ଟଙ୍କାକୁ ସ୍ଥାନୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ଅଣାଯାଇଥିଲା। ଆୟକର ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ଟଙ୍କାକୁ କଡ଼ା ସୁରକ୍ଷା ବଳୟରେ ଗଣା ଯାଇଥିଲା। ଗତକାଲି ଦ୍ବିତୀୟ ଶନିବାର ଓ ଆଜି ରବିବାର ଛୁଟି ଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଟଙ୍କା ଗଣା କାମକୁ ଗୁରୁତ୍ବର ସହିତ ସଂପୂର୍ଣ୍ଣ କରିଥିଲେ। ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ଅଧିକାରୀ ଭଗତ ବେହେରାଙ୍କ କହିବା ଅନୁଯାୟୀ ଏତେ ପରିମାଣରେ ଏକକାଳୀନ ଟଙ୍କା ଗଣାଯିବା ତାଙ୍କ ଚାକିରୀ ଜୀବନରେ ପ୍ରଥମ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe