ଚିନ୍ତା ବଢ଼ାଇଲାଣି ଜିରା, ଚାରି ମାସରେ ବଢିଲାଣି ୧୭୫ ଟଙ୍କା; ପ୍ରଭାବିତ ହେବ ମସଲା ବ୍ୟବସାୟ

ଚିନ୍ତା ବଢ଼ାଇଲାଣି ଜିରା, ଚାରି ମାସରେ ବଢିଲାଣି ୧୭୫ ଟଙ୍କା; ପ୍ରଭାବିତ ହେବ ମସଲା ବ୍ୟବସାୟ

Organic Products India

କଟକ : ଜିରା କିଲୋ ଏବେ ମାଲଗୋଦାମରେ ୩୭୫ ଟଙ୍କା। ପୂର୍ବରୁ କୌଣସି ସମୟରେ ବି ଜିରା ଦର ଏତେ ଟଙ୍କା ହୋଇ ନଥିଲା ବୋଲି ବ୍ୟବସାୟୀମାନେ କହୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ଚଳିତ ବର୍ଷ ଜିରା ଫସଲ ଉଜୁଡ଼ି ଥିବାରୁ କିଲୋ ୪୦୦ ଟଙ୍କା ଟପିବା ନେଇ ଆଶଙ୍କା କରାଯାଉଛି। ଜିରାର ଏଭଳି ମୂଲ୍ୟ ବୃଦ୍ଧି ଦ୍ବାରା ମସଲା ବ୍ୟବସାୟ ବି ପ୍ରଭାବିତ ହେବା ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ଗୁଜୁରାଟର ଉଞ୍ଜା ଓ ରାଜସ୍ଥାନର ନାଗରରୁ ମାଲଗୋଦାମକୁ ଜିରା ଆମଦାନୀ ହୁଏ। ମାଲଗୋଦାମକୁ ଜିରା ଦୈନିକ ୨୦ ଟନ୍ ଆମଦାନୀ ହୋଇଥାଏ। ମାଲଗୋଦାମର ପ୍ରାୟ ୧୫ ଜଣ ଜିରା ବ୍ୟବସାୟୀ ଏହାକୁ ଉପରୋକ୍ତ ଜିଲ୍ଲାର ଖୁଚୁରା ବ୍ୟବସାୟୀଙ୍କୁ ଚାଲାଣ କରିଥାନ୍ତି। ତେବେ ଜିରା କେଜି ପିଛା ପୂର୍ବରୁ ସର୍ବାଧିକ ୨୪୦ରୁ ୨୫୦ ଟଙ୍କା ମୂଲ୍ୟ ରହୁଥିଲା। ମାଲଗୋଦାମରେ ଗଲା ୪ ମାସ ତଳେ ଜିରା ୨୦୦ ଟଙ୍କା କେଜି ବିକ୍ରି ହେଉଥିଲା।

publive-image iStock

ଏବେ ମାଲଗୋଦାମରେ ୨୦୨୨ ବର୍ଷର ଗଚ୍ଛିତ ଥିବା ପୁରୁଣା ଜିରା ବିକ୍ରି ହେଉଛି। ଚଳିତ ବର୍ଷ କାଳ ବୈଶାଖୀ ଯୋଗୁଁ ଗୁଜୁରାଟ ଓ ରାଜସ୍ଥାନରେ ଜିରା ଫସଲ ଉଜୁଡ଼ି ଯାଇଛି। ଫଳରେ ଜିରା ଉତ୍ପାଦନରେ ବଡ଼ ଧରଣର ପ୍ରଭାବ ପଡ଼ିଛି। ମାଲ୍ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଜିରା କେଜି ପିଛା ଗଲା ଚାରି ମାସ ଭିତରେ ୧୭୫ ଟଙ୍କା ବୃଦ୍ଧି ପାଇଛି। ଜିରା ଭଳି ପାନ ମଧୁରୀ ଦର ମଧ୍ୟ ବୃଦ୍ଧି ଘଟିଛି। ପାନ ମଧୁରୀ କେଜି ପିଛା ୧୫୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୮୦ ଟଙ୍କାରେ ପହଞ୍ଚିଛି। ଗଲା ଏକ ବର୍ଷ ହେବ ଏହି ମୂଲ୍ୟ ବୃଦ୍ଧି ପାଇଛି। ପାନ ମଧୁରୀ ପୁରୁଣା ମାଲ୍ ଏହି ଦରରେ ବିକ୍ରି ହେଉଛି। ଜିରା ଭଳି ପାନ ମଧୁରୀ ବି ଯଦି ଉତ୍ପାଦନରେ ବୃଦ୍ଧି ନଘଟେ ତାହାର ଆହୁରି ମୂଲ୍ୟ ବୃଦ୍ଧି ଆଶଙ୍କା କରାଯାଉଛି।

ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇଙ୍କ କହିବା ଅନୁଯାୟୀ, ଜିରା ଦର ଏବେ କେଜି ପିଛା ୩୭୦ରୁ ୩୭୫ ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe