ଡକାୟତି ମାମଲାରେ ୫ ଗିରଫ ୩୮ ହଜାର ଟଙ୍କା ଜବତ

Advertisment
ଡକାୟତି ମାମଲାରେ ୫ ଗିରଫ ୩୮ ହଜାର ଟଙ୍କା ଜବତ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଇଲାକାରେ ଘଟିଥିବା ଏକ ଡକାୟତି ମାମଲାରେ ପୁଲିସକୁ ସଫଳତା ମିଳିଛି। ଗତ ୮ ତାରିଖ ଦିନ ଭଞ୍ଜନଗର-ଫୁଲବାଣୀ ରାସ୍ତାର ଖାରିଗୁଡ଼ା ନିକଟରେ ଜଣେ ବାଇକ ଚାଳକଙ୍କ ଠାରୁ ଟଙ୍କା ଓ ଗାଡି ଛଡ଼ାଇ ନେବା ଅଭିଯୋଗରେ ଆଜି ଭଞ୍ଜନଗର ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା କଚେରି ସାହିର ସଂଗ୍ରାମ ନାୟକଙ୍କ ଅଭିଯୋଗକ୍ରମେ ପୁଲିସ କେସ୍‌ ନଂ ୧୦୫୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ଶିବ ନାୟକ, ଶଙ୍କର ଦଳାଇ, ସୁଜିତ ଗୌଡ଼, ରଞ୍ଜିତ କୁମାର ସ୍ବାଇଁ ଓ ସଂଗ୍ରାମ ଗୌଡ଼କୁ ଗରିଫ କରି ଦଫା ୩୯୫,୨୫(୧-ଏ),୨୫(୬) ଆର୍ମସ ଆକ୍ଟରେ କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବଲେରୋ, ୨ ଛୁରି, ୩୮ ହଜାର ଟଙ୍କା ଏବଂ ୪ ଟି ମୋବାଇଲ ଫୋନ୍‌ ଜବତ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଘଟଣାଦିନ ଅଭିଯୋଗକାରୀ ସଂଗ୍ରାମ ନିଜ ବାଇକ୍‌ରେ ଭଞ୍ଜନଗରରୁ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇବାରୁ ଖାରିଗୁଡ଼ା ଗ୍ରାମ ନିକଟ ଟୋଲ ଗେଟ୍‌ ଠାରେ ଓହ୍ଲାଇ ରାସ୍ତାକଡ଼ରେ ବସିଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ କିଛି ଦୁବୃର୍ତ୍ତ ଏକ ବଲେରୋରେ​ ଆସି ତାଙ୍କ ମୁହଁରେ ପାଣି ପକାଇବା ସହ ବାଇକ୍‌ ଚାବି ମାଗିଥିଲେ। ସେ ମନା କରିବାରୁ ସେମାନେ ସଂଗ୍ରାମକୁ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେଇଥିଲେ। ଏଥିସହ ଜବରଦସ୍ତ ତାଙ୍କ ଠାରୁ ବାଇକ ଚାବି ଛଡ଼ାଇ ପକେଟରୁ ୫ ହଜାର ଟଙ୍କା ଓ ଡିଏଲ୍‌ ନେଇ ଚମ୍ପଟ ମାରିଥିଲେ। ଏଥିସହ ସେହି ଦିନ ଅନ୍ୟଜଣେ ବାଇକ ଚାଳକଙ୍କ ଠାରୁ ମଧ୍ୟ ଅନୁରୂପ ଭାବେ ଛୁରୀ ଦେଖାଇ ଭୟଭୀତ କରି ପେଟିଏମ୍‌ ଜରିଆରେ ୫୦ ହଜାର ଟଙ୍କା ନେଇ ଯାଇଥିବା ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe