ବାରିପଦାରୁ ପୁଣି ଲୁଟ୍: ଗାଡ଼ି ଡିକିରୁ ନିମିଷକେ ଲୁଟିନେଲେ ୪ଲକ୍ଷ ୨୦ହଜାର!

Advertisment
ବାରିପଦାରୁ ପୁଣି ଲୁଟ୍: ଗାଡ଼ି ଡିକିରୁ ନିମିଷକେ ଲୁଟିନେଲେ ୪ଲକ୍ଷ ୨୦ହଜାର!

ବାରିପଦା: ବାରିପଦା ପୌରାଞ୍ଚଳରୁ ଜଣେ ବ୍ୟାକ୍ତିଙ୍କ ନିକଟରୁ ଆଜି ଦିନବେଳେ ପ୍ରାୟ ୪ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି। କୃଷ୍ଣଚନ୍ଦ୍ର ଗୋଲେଇରେ ଥିବା ଏକ ଘରୋଇ ବ୍ୟାଙ୍କକୁ ଟଙ୍କା ନେଇ ଆସିଥିବା ତୁଳସୀଚଉରା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗାଡି ଡିକି ଭାଙ୍ଗି ମାତ୍ର କେଇ ମିନିଟ୍ ମଧ୍ୟରେ ଏଭଳି ମୋଟା ଅଙ୍କର ଲୁଟ୍ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନ ତଳେ ଭଞ୍ଜପୁର ଅଞ୍ଚଳରୁ ମଧ୍ୟ ଜଣଙ୍କ ଗାଡି ଡିକିରୁ ପ୍ରାୟ ୭୦ହଜାରରୁ ଊର୍ଧ୍ବ ଟଙ୍କା ଲୁଟ୍ ହୋଇଥିଲା। ଆଜିର ଲୁଟ୍ ମଧ୍ୟ ସମାନ ତରିକାରେ ମୋଟରସାଇକେଲରେ ଆସି ହୋଇଥିବା ଜଣାପଡ଼ିଛି। ତେବେ ଏହି ଲୁଟ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ବାରିପଦାରେ ଜଣାଶୁଣା ଆସ୍କାର ଡକାୟତ ଗ୍ୟାଙ୍ଗ ଏରାଗୋଲା ଗ୍ୟାଙ୍ଗ୍ ସକ୍ରିୟ ହୋଇଥିବା ଜଣାପଡ଼ିଛି। ସାରା ରାଜ୍ୟରେ ଏହି ଗ୍ୟାଙ୍ଗ୍ ଏହିପରି ତରିକାରେ ଲୁଟ୍ କରିଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe