ବ୍ୟାସନଗର : ୪.୭୭ ଲକ୍ଷ ଟଙ୍କାର ଜାଲ୍‌ନୋଟ୍‌ ଜବତ, ମଧ୍ୟପ୍ରଦେଶକୁ ଚେର ଲମ୍ବିଛି, ୬ କୋର୍ଟଚାଲାଣ

Advertisment
ବ୍ୟାସନଗର : ୪.୭୭ ଲକ୍ଷ ଟଙ୍କାର ଜାଲ୍‌ନୋଟ୍‌ ଜବତ, ମଧ୍ୟପ୍ରଦେଶକୁ ଚେର ଲମ୍ବିଛି, ୬ କୋର୍ଟଚାଲାଣ

ବ୍ୟାସନଗର : ଯାଜପୁର ରୋଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ପୁଲିସ ୪ ଲକ୍ଷ ୭୭ ହଜାର ଟଙ୍କାର ଜାଲ୍‌ନୋଟ୍‌ ଜବତ କରିବା ସହ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଗ୍ୟାଙ୍ଗ ଯାଜପୁର ଜିଲ୍ଲା ସମେତ ଭଦ୍ରକ, ଢେଙ୍କାନାଳ, ଭୁବନ, ସାଲେପୁର, କେନ୍ଦୁପାଟଣା, ଭୁବନେଶ୍ବର ଆଦି ଅଞ୍ଚଳରେ ୪ବର୍ଷ ହେଲା ଜାଲ୍‌ନୋଟ୍‌ କାରବାର କରୁଥିଲା ବୋଲି ପୁଲିସ କହିଛି। ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଜିଣା ଗ୍ରାମର ଅର୍ଜୁନ ବଳଙ୍କ ପୁଅ ଚନ୍ଦନ ଓରଫ ଚନ୍ଦ୍ରମଣି(୩୫)ଘରେ ଜାଲ୍‌ନୋଟ ଛପାଯାଉଥିଲା। ପୁଲିସ ସେଠାରେ ଚଢ଼ଉ କରି ଜାଲ୍‌ନୋଟ୍‌ ପ୍ରସ୍ତୁତିରେ ବ୍ୟବହୃ୍ତ ପ୍ରିଣ୍ଟର, କାଗଜ, ସ୍କେଲ,କଟର ସମେତ ୩.୬୫ ଲକ୍ଷ ଟଙ୍କା ଜବତ କରିଛି। ଏହି ରାକେଟ୍‌ର ମାଷ୍ଟର ମାଇଣ୍ତ କୁହାଯାଉଥିବା ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ଗ୍ରାମର ବାଇଧର ସେଠୀଙ୍କ ପୁଅ ବାପିନ୍‌ ସେଠୀ(୨୩)କୁ ଦାନଗଦୀ ହାଟରୁ ପୁଲିସ ଗିରଫ କରିଥିଲା। ତା’ ପାଖରୁ ୭ହଜାର ଟଙ୍କାର ଜାଲ୍‌ନୋଟ ମିଳିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ୪ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ନୀଳମାଧବ ଦାସଙ୍କ ପୁଅ ମନୋଜ(୩୧), ଧପଙ୍କି ଗ୍ରାମର ଜଟେଶ୍ବର ଜେନାଙ୍କ ପୁଅ ତପନ(୨୬), ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମର ସନାତନ ସାହୁଙ୍କ ପୁଅ ଅଜୟ(୨୪), ସେହିଗ୍ରାମର ମାୟାଧର ପାତ୍ର(୬୪) ଅଛନ୍ତି। ଏହି ୪ଜଣଙ୍କ ଠାରୁ ୧.୧୨ଲକ୍ଷ ଟଙ୍କାର ଜାଲ୍‌ନୋଟ ସହ ୩ଟି ମୋବାଇଲ୍‌ ଫୋନ୍, ୨ଟି ବାଇକ ଜବତ କରାଯାଛି।

ଏହି ଗ୍ୟାଙ୍ଗ ଦାନଗଦୀ ହାଟରେ ଜାଲ୍‌ନୋଟ୍‌ କାରବାର କରିବାକୁ ଉଦ୍ୟମ କରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଦାନଗଦୀ ଫାଣ୍ତି ଏବଂ ଯାଜପୁରରୋଡ଼ ଥାନା ପକ୍ଷରୁ ଗ୍ୟାଙ୍ଗର ଗତିବିଧି ଉପରେ ନଜର ରଖାଯାଇଥିଲା। ପୁଲିସ ଚନ୍ଦନ ଏବ˚ ବାପିନକୁ ଧରିବା ପରେ ଏହି କାରବାରର ଚେର କେଉଁଆଡେ ଲମ୍ବିଛି ସେ ସଂପର୍କରେ ଖୋଳତାଡ଼ କରିଥିଲା ବୋଲି ଯାଜପୁର ଏସ୍‌ପି ଚରଣସିଂ ମୀନା ଗଣମାଧ୍ୟମକୁ କହିଛନ୍ତି। ଏମାନେ କେତେ ପରିମାଣର ଜାଲ୍‌ନୋଟ ବଜାରକୁ ଛାଡ଼ିଛନ୍ତି ସେ ସଂପର୍କରେ ତଦନ୍ତ କରାଯାଉଛି। ଏହି କାରବାରର ଚେର ମଧ୍ୟପ୍ରଦେଶକୁ ଲମ୍ବିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏହି ଚଢ଼ଉରେ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଦାନଗଦୀ ଫାଣ୍ତି ଅଧିକାରୀ ଗୋବର୍ଦ୍ଧନ ନାୟକ, ମନୋର˚ଜନ ନାୟକ, ପବିତ୍ର ମହାରଣା, ମନୋଜ ବାରା, ରଜେଶ ସେଠୀ, ସୁବାସ ମୁଦୁଲି, ମିନତି ବେହେରା ପ୍ରମୂଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe