ଗୁଟଖା କାରଖାନାରେ ଚଢ଼ାଉ ଜାରି: ୪କୋଟିରୁ ଅଧିକ ଟଙ୍କାର ଷ୍ଟକ ହେରଫେର୍ ଜଣାପଡ଼ିଲା

Advertisment

ଜବତ ଗାଡ଼ି ଆସିଥିବା ଟ୍ରାନ୍ସପୋର୍ଟ କମ୍ପାନିରେ ବି ଚଢ଼ଉ

ଜବତ ଗାଡ଼ି ଆସିଥିବା ଟ୍ରାନ୍ସପୋର୍ଟ କମ୍ପାନିରେ ବି ଚଢ଼ଉ

ଗୁଟଖା କାରଖାନାରେ ଚଢ଼ାଉ ଜାରି: ୪କୋଟିରୁ ଅଧିକ ଟଙ୍କାର ଷ୍ଟକ ହେରଫେର୍ ଜଣାପଡ଼ିଲା

ସମ୍ବଲପୁର: କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗରେ ରାଜ୍ୟ ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗ ପକ୍ଷରୁ ୩ଟି ଟିମ୍‌ ଏକକାଳୀନ ଭାବେ ସମ୍ବଲପୁର ଭାଲୁପାଲିସ୍ଥିତ କେ.ପି.ସୁଗନ୍ଧ ସଫଲ ଫ୍ୟାକ୍ଟ୍ରି, କେ.ୱାଇ. ଟବାକୋ ଓ ନାରାୟଣୀ ଟ୍ରେଡିଂରେ ଶୁକ୍ରବାର ସନ୍ଧ୍ୟାରୁ ଚଢ଼ଉ ଆରମ୍ଭ କରିଛି। ପ୍ରଥମ ଦିନରେ ପ୍ରବର୍ତ୍ତନ ବିଭାଗ ୩ଟି ସଫଲ୍‌ ବୋଝେଇ ଟ୍ରକ୍‌ ସମେତ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ଜବତ କରିଥିଲା। ତେବେ ଶନିବାରର ଚଢ଼ଉରେ ଆହୁରି ଅଢ଼େଇ କୋଟି ଟଙ୍କାର ଷ୍ଟକ୍‌ ହେର୍‌ଫେର୍‌ ଘଟଣା ସାମ୍ନାକୁ ଆସିଛି।

କୋଟି କୋଟି ଟଙ୍କାର ଟବାକୋ ବଜାରକୁ ଛଡ଼ା ଯାଇଥିଲେ ମଧ୍ୟ ସେଗୁଡ଼ିକର ଷ୍ଟକ୍‌ ଦେଖାଯାଇନାହିଁ କି ଏସମ୍ପର୍କୀତ ଟିକସ ମଧ୍ୟ ପୈଠ କରାଯାଇନଥିବା ଜଣାପଡ଼ିଛି। ତେବେ ପ୍ରବର୍ତ୍ତନ ବିଭାଗ କମ୍ପାନିର ସମସ୍ତ ଆକାଉଣ୍ଟସ୍‌ ବୁକ୍‌, ଷ୍ଟକ୍‌ ଏଣ୍ଟ୍ରି ରିପୋର୍ଟ ଜବତ କରି ତଦନ୍ତ ଚଳାଇଛି। ଆବଶ୍ୟକ ହେଲେ ସମ୍ବଲପୁରସ୍ଥିତ ୩ କମ୍ପାନିର ପ୍ରାୟ ୪୦ କୋଟି ଟଙ୍କାର ସାମଗ୍ରୀ ମଧ୍ୟ ଜବତ ହୋଇପାରେ ବୋଲି ସୂଚନା ପ୍ରଦାନ କରାଯାଇଛି। ରବିବାର ଏହି ଚଢ଼ଉ ଶେଷ ହେବା ପରେ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଶୁକ୍ରବାର ଚଢ଼ଉ ସମୟରେ ପ୍ରବର୍ତ୍ତନ ବିଭାଗ ୩ଟି ସଫଲ ବୋଝେଇ ଟ୍ରକ୍‌ ଜବତ କରିଥିଲା। ତେବେ ଏହି ଟ୍ରକ୍‌ଗୁଡ଼ିକ ଆବଶ୍ୟକୀୟ କାଗଜପତ୍ର ଦେଖାଇବାରେ ଅସମର୍ଥ ହୋଇଥିଲେ। ତେଣୁ ଏହି କମ୍ପାନିର ଜିଏସ୍‌ଟି ଠକେଇ ମାମଲା‌ରେ ଟ୍ରକ୍‌ ଯୋଗାଉଥିବା ବରେଇପାଲିସ୍ଥିତ ଶ୍ୟାମ ଟ୍ରାନ୍ସପୋର୍ଟ କମ୍ପାନି ମଧ୍ୟ ସାମିଲ୍‌ ଥିବା ଆଶଙ୍କା କରାଯାଉଛି। ଏହି ଆଧାରରେ ଶନିବାର ଉକ୍ତ ଟ୍ରାନ୍ସପୋର୍ଟ କମ୍ପାନିରେ ମଧ୍ୟ ଚଢ଼ଉ କରାଯାଇଛି। ଉକ୍ତ କମ୍ପାନିରେ ୩୦ରୁ ଅଧିକ ଗାଡ଼ି ଲାଗୁଥିବାରୁ ସେଗୁଡ଼ିକ କେଉଁଠୁ ଆସୁଛି ଓ ସେଗୁଡ଼ିକର କାଗଜପତ୍ର ଠିକ୍‌ ରହିଛି ନା ନାହିଁ ସେନେଇ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଅପରପକ୍ଷେ, ସଫଲ୍‌ କମ୍ପାନିର ଆଉ ଏକ ଗୋଦାମର ଯାଞ୍ଚ ଅଦ୍ୟାବଧି ବାକି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe