ବାଲୁଗାଁ : ମାଉଜର୍‌ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍

କୁଚିଣ୍ଡା : ମାତିଲେ ଲୁଟେରା, ୟୁନିୟନ ବ୍ୟାଙ୍କ୍ ଗାଡ଼ିରୁ ବନ୍ଧୁକ ଦେଖାଇ ୩୫ଲକ୍ଷ ଲୁଟ୍‌

odishasuntimes.com

ବାଲୁଗାଁ : ଆଜି ସନ୍ଧ୍ୟା ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ସରଳସିଂହ ଗାଁ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ସଂସ୍ଥାର କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ମାଉଜର୍‌ ଦେଖାଇ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ କର୍ମଚାରୀ ତଥା ଟାଙ୍ଗୀ ଅଞ୍ଚଳର ଲକିଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୁସ୍ଥାନ ଲିଭର କମ୍ପାନିର ସ୍ଥାନୀୟ ବିତରକଙ୍କ ଦୁଇଜଣ ଏଜେଣ୍ଟ ବିକାଶ ସାହୁ ଓ ଲକି ଆଜି ଦିନତମାମ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟୀଙ୍କଠାରୁ ବ୍ୟବସାୟ ବାବଦ ଟଙ୍କା ଆଦାୟ କରିଥିଲେ। ସେମାନେ ଟଙ୍କା ସହ ବାଇକ୍‌ରେ ବାଲୁଗାଁରୁ ଫେରୁଥିବାବେଳେ ୩ ଜଣ ଯୁବକ ଏକ ପଲ୍‌ସର୍‌ରେ ଆସି ସେମାନଙ୍କୁ ସରଳସିଂହ ଗାଁ ଅଟକାଇବା ସହିତ ହଠାତ୍‌ ଆକ୍ରମଣ କରିଥିଲେ। ଏଥିରେ ଲକି ଗୁରୁତର ଭାବେ ଆହତ ହୋଇଥିବାବେଳେ ଦୁର୍ବୃତ୍ତମାନେ ମାଉଜର୍‌ କାଢ଼ି ବିକାଶଙ୍କ ମୁଣ୍ଡରେ ଲଗାଇ ଗାଡ଼ିରେ ଥିବା ସମସ୍ତ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ବିତରକ ଦୁଷ୍ମନ୍ତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଆହତ ଲକିଙ୍କୁ ଡାକ୍ତରଖାନାକୁ ନେବା ସହିତ ଏ ସମ୍ପର୍କରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe