ସେଲ୍‌ସମ୍ୟାନ୍‌ଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ଟଙ୍କା ଲୁଟିଲେ ୪ ଦୁର୍ବୃତ୍ତ

Advertisment
ସେଲ୍‌ସମ୍ୟାନ୍‌ଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ଟଙ୍କା ଲୁଟିଲେ ୪ ଦୁର୍ବୃତ୍ତ

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଥାନା ମୁକ୍ତାପଶି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଔଷଧ ଦୋକାନୀକୁ ଔଷଧ ଦେଇ ଫେରିବା ବାଟରେ ଜଣେ ସେଲ୍‌ସମ୍ୟାନ୍‌ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ସେଲ୍‌ସମ୍ୟାନଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ପ୍ରକାଶ ବେହେରା।

ସୂଚନା ଅନୁସାରେ ପ୍ରକାଶ ବେହେରା ଆଜି ପଣ୍ଡୁଆ, ସାଆନ୍ଦା, ପର୍ଜଙ୍ଗ, ପରମହଂସପୁର, ସମଲ ଓ ଏନ୍‌ଟିପିସିରୁ କଲେକ୍ସନ ପାଇଁ ଯାଇଥିଲେ। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଆର୍‌ଏସ୍‌ ମେଡ଼ିସିନ ଷ୍ଟୋରରେ ଔଷଧ ଦେଇ ଫେରୁଥିବା ବେଳେ ଦୁଇଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ତାଙ୍କ ପାଖରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ପ୍ରକାଶଙ୍କୁ ଭୟଭୀତ କରିଥିଲେ। ତାଙ୍କ ବେକକୁ ଧରି ପଛରେ ପିସ୍ତଲ ଲଗାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପି ନେଇଥିଲେ। ପୂର୍ବରୁ ଅନ୍ୟ ଦୁଇ ଜଣ ଦୁଇଟି ବାଇକରେ ପ୍ରସ୍ତୁତି ହୋଇ ରହିଥିଲେ। କେତେକ ଦେଖଣାହାରୀ ଭାବିଥିଲେ କି ତାଙ୍କ ସଂପର୍କୀୟ କେହି ଥଟ୍ଟାମଜା କରୁଛନ୍ତି। ଚାରି ଜଣ ଦୁର୍ବୃତ୍ତ ଜାତୀୟ ରାଜପଥର ବଡ଼ଝରା, ବାରିହାପୁର ଆଡ଼କୁ ଦୃତଗତିରେ ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି। ଏ ଅଞ୍ଚଳରେ ବାରମ୍ବାର ଲୁଟ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଲାନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe