ବ୍ୟବସାୟୀଙ୍କୁ ହାଣି ୪ ଲକ୍ଷ ଲୁଟ୍‌

ଲୁଟେରାଙ୍କ ପତ୍ତା ପାଉନି ପୁଲିସ, ଦୁଇ ସପ୍ତାହରେ ୧୦ରୁ ଅଧିକ ଲୁଟ୍‌ପାଟ୍‌

Hari Bhoomi

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ରାସ୍ତାରେ କଳାମୁଖା ପିନ୍ଧା ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ରାଜେନ୍ଦ୍ରି ସିଂ ୟାଦବ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଚଚା ଗ୍ରାମର ରାଜେନ୍ଦ୍ରି ସିଂ ଓ ମନ ମାଝୀ ଏକ ବାଇକ୍‌ ଯୋଗେ କଂଗ୍ରା ଗ୍ରାମର ସପ୍ତାହିକ ହାଟକୁ ଯାଉଥିଲେ। ଚକଲାପଦର ଘାଟି ରାସ୍ତାରେ କଳାମୁଖା ପିନ୍ଧିଥିବା ତିନି ଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଖଣ୍ଡା ଏବଂ ଦୁଇଟି କ୍ରିକେଟ୍ ବ୍ୟାଟ୍‌ ଧରିଥିଲେ । ଦୁର୍ବୃତ୍ତମାନେ ୟାଦବଙ୍କ ଡାହାଣ ହାତକୁ ଖଣ୍ଡାରେ ଆକ୍ରମଣ କରିବା ସହ କ୍ରିକେଟ୍‌ ବ୍ୟାଟରେ ମାଡ଼ ମାରିଥିଲେ। ଫଳରେ ବ୍ୟବସାୟୀ ଜଣକ ବାଇକ୍‌ରୁ ପଡିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ବ୍ୟବସାୟୀଙ୍କ ବ୍ୟାଗରେ ଥିବା ୪ ଲକ୍ଷ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୟାଦବଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe