ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

Advertisment
ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ୪ ଲକ୍ଷ ଟଙ୍କା ଜବତ

ways2capital.com

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ବନମାଳୀପ୍ରସାଦଠାରେ ସ୍ପେଶାଲ ସ୍କ୍ୱାଡ୍‌ ଯାଞ୍ଚ କରିବାବେଳେ ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ଗାଡ଼ିରୁ ଆଜି ୪ ଲକ୍ଷ ଟଙ୍କା ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ପେଶାଲ୍ ସ୍କ୍ୱାଡ୍‌ ପକ୍ଷରୁ ସହରକୁ ଯା’ଆସ କରୁଥିବା ଗାଡ଼ି ଯାଞ୍ଚ କରାଯାଉଛି। ଶ୍ରୀ ନାୟକ ଆଜି ସକାଳେ ଏକ ବଲେରୋ (ଓଆର୍୦୨ଭି-୪୩୬୯)ରେ ଯାଉଥିବାବେଳେ ବନମାଳୀପ୍ରସାଦଠାରେ ସ୍ପେଶାଲ୍ ସ୍କ୍ବାଡ୍‌ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ। ତାଙ୍କ ଗାଡ଼ିରେ ଅଧିକ ଟଙ୍କା ଥିବା ଦେଖି ସ୍କ୍ୱାଡ୍‌ ଗାଡ଼ି ସହ ତାଙ୍କୁ ଟାଉନ୍ ଥାନାକୁ ନେଇଥିଲେ।ସେଠାରେ ଗଣତି ପରେ ୪ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ଏ ସଂପର୍କରେ ଏସ୍‌ପି ଅନୁପମା ଜେମ୍ସଙ୍କୁ ପଚାରିବାରୁ ସେ କହିଛନ୍ତି ଜବତ ଟଙ୍କା ସଂପର୍କରେ ଆୟକର ବିଭାଗକୁ ସୂଚନା ଦିଆଯାଇଛି। ତାଙ୍କ ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦେଢ଼ଲକ୍ଷ ଟଙ୍କା ଜବତ

କେନ୍ଦୁଝର : ଠିକାଦାର ପ୍ରଦୀପ କୁମାର ପଣ୍ଡାଙ୍କ ନିକଟରୁ ଆଜି କେନ୍ଦୁଝର ଫ୍ଲାଇଂ ସ୍କ୍ବାଡ ଦେଢ଼ଲକ୍ଷ ଟଙ୍କା ଜବତ କରିଛି। ଶଙ୍କରପୁର ନିକଟରେ ଅରୁଣ କୁମାରଙ୍କ ନେତୃତ୍ବାଧୀନ ଫ୍ଲାଇଂ ସ୍କ୍ବାଡ ଟିମ୍‌ ଯାଞ୍ଚ୍‌ କରିବା ସମୟରେ ସେ ଧରାପଡ଼ିଥିଲେ। ସେ ଶ୍ରମିକଙ୍କୁ ଟଙ୍କା ଦେବା ପାଇଁ ନେଉଥିବା କହିଥିଲେ। ଉପଯୁକ୍ତ ପ୍ରମାଣ ଦାଖଲ କଲା ପରେ ସେ ତାଙ୍କ ଟଙ୍କା ନେଇପାରିବେ ବୋଲି ସ୍କ୍ବାଡ୍‌ ଟିମ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe