‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍‌ ମୋହର: ଗାଁକୁ ୪ ହଜାର କୋଟି

Advertisment

ନିର୍ବାଚନ ମୁଡ୍‌ରେ ସରକାର

ନିର୍ବାଚନ ମୁଡ୍‌ରେ ସରକାର

କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବାକୁ ସୁପାରିସ

India News Diary

ଭୁବନେଶ୍ବର : ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ। ରାଜ୍ୟ ସରକାର ଏବେ ନିର୍ବାଚନ ମୁଡ୍‌ରେ। ଏହାର ସ୍ପଷ୍ଟ ପ୍ରତିଫଳନ ଆଜି କ୍ୟାବିନେଟ୍‌ ନିଷ୍ପତ୍ତିରେ ଦେଖିବାକୁ ମିଳିଛି। ଜଗନ୍ନାଥ ସଂସ୍କୃତିକୁ ଯୋଡ଼ି ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ସରକାର ହାତଖୋଲା କରିଦେଇଛନ୍ତି। ଏକ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ହିଁ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ। ଆଜି ଏହି ନୂଆ ଯୋଜନାରେ କ୍ୟାବିନେଟ୍‌ ମୋହର ବାଜିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିଲା। ଏଥିରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସହ ମୋଟ୍‌ ୯ଟି ପ୍ରସ୍ତାବ ପାରିତ ହୋଇଥିଲା। ନୂଆ ଯୋଜନା ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପୂର୍ବ ପ୍ରଚଳିତ ପ୍ରୟାସ ‘ଆମ ଗାଁ ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ତାଙ୍କ ନିଜସ୍ବ ପାଣ୍ଠିରୁ ୨୦୨୩-୨୪ରେ ନୂଆ ରୂପରେଖରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାମରେ ପ୍ରୟାସ କରିଛନ୍ତି।

ଜଗନ୍ନାଥ ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରଚାର କରାଯିବ
୯ ପ୍ରସ୍ତାବ ପାରିତ

ନୂଆ ଯୋଜନା ପଛର ଯୁକ୍ତି ହେଉଛି, ଓଡ଼ିଶା ସର୍ବଧର୍ମ ସମନ୍ବୟର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଆଦିଭୂମି ଅଟେ। ବିଶ୍ବମୈତ୍ରୀ, ଶାନ୍ତି, ସେବା ଓ ସମାନତାର ଅଦ୍ଭୂତ ସମନ୍ବୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ। ଓଡ଼ିଶାର ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଏହାକୁ ବିଶ୍ବ ସ୍ତରରେ ପ୍ରଚାରିତ କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡ଼ିଶା ଗଠନ ହେଉଛି ଏହି ପ୍ରୟାସର ଲକ୍ଷ୍ୟ। ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ ସହ ପ୍ରାଥମିକ ଶିକ୍ଷା ଉନ୍ନତୀକରଣ, ମହିଳା ଓ ଯୁବକ ସଶକ୍ତୀକରଣ ହାସଲ କରାଯିବ। ଏଥିପାଇଁ ଭିତ୍ତିଭୂମିର ବିକାଶ, କ୍ରୀଡ଼ା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ଓ ଡିଜିଟାଲ୍‌ ସେବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ। ପ୍ରତି ପଞ୍ଚାୟତକୁ ମିଳିବାକୁ ଥିବା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ କରାଯିବ। ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ ନୂଆ ଯୋଜନାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ରହିବ। ଆବଶ୍ୟକ ସ୍ଥ‌ଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ। ପଞ୍ଚାୟତୱାରି ପ୍ରକଳ୍ପ ତାଲିକା ବ୍ଲକ୍ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗଣ ବିଭାଗକୁ ପଠାଯିବ। ପ୍ରକଳ୍ପଗୁଡ଼ିକର ସ୍ବଚ୍ଛତା ବଜାୟ ରଖିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ୱେବ୍‌ ଆଧାରିତ ଏମ୍‌ଆଇଏସ୍‌ ଏବଂ ଏକ ଉତ୍ସର୍ଗୀକୃତ ମୋବାଇଲ୍ ଆପ୍ ବିକଶିତ ହେବ। ପ୍ରତ୍ୟେକ ପ୍ରକଳ୍ପର ଜିଆଇଏସ୍‌ ଟ୍ୟାଗିଂ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe