ଅସୁରେଶ୍ବର ବଜାରରେ କଳା ପଲ୍‌ସର ଆତଙ୍କ : ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୪୦ଲକ୍ଷ ଟଙ୍କାର ସୁନା ଅଳଙ୍କାର

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ନିଶ୍ଚିନ୍ତକୋଇଲି : ଅସୁରକ୍ଷିତ ହୋଇପଡିଲାଣି କଟକ ଜିଲ୍ଲାର ଗ୍ରାମାଞ୍ଚଳ। ପ୍ରତିଦିନ ଘଟୁଛି ଲୁଟ୍‌, ଡକାୟତି ଓ ରାହାଜାନୀ। ବୁଧବାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ଅସୁରେଶ୍ବର ବଜାରରେ ଦେଖିବାକୁ ମିଳିଛି କଳା ପଲ୍‌ସର ଆତଙ୍କ। ଜଣେ ସୁନା ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ୮୫୦ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି ‌ଲୁଟେରା। ଯାହାର ଆନୁମାନିକ ମୁଲ୍ୟ ପାଖାପାଖି ୪୦ଲକ୍ଷ ଟଙ୍କା ହେବ। ଖବର ପାଇ ପୁଲିସ ତନାଘନା ଆରମ୍ଭ କରିଛି।

ସୂଚନା ଅନୁସାରେ, ରାତି ପ୍ରାୟ ସାଢେ ୮ଟାରେ ଅସୁରେଶ୍ବର ବଜାରରେ ଦୋକାନ କରିଥିବା ପୁବଂଶ ଗ୍ରାମର ଦୀପକ ମଣ୍ଡଳ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଫେରିବା ସମୟରେ ବଜାର ପାଖରେ ଥିବା ଜନୈକ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଗାଡି ରଖି ତାଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ବାଇକ୍‌ ଡିକି ଭଙ୍ଗା ଯାଇଥିବାବେଳେ ୮୫୦ଗ୍ରାମର ସୁନା ଅଳଙ୍କାର, ଓଜନ ସାମଗ୍ରୀ ତଥା ବିଭିନ୍ନ ସାମଗ୍ରୀ ଲୁଟି ନେଇଥିଲେ। ଦୁଇଜଣ ଯୁବକ କଳା ପଲ୍‌ସରରେ ଆସି ଏଭଳି ବାଇକ୍‌ ଡିକି ଭାଙ୍ଗି ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe