Pixabay
ବେଲଗୁଣ୍ଠା : ଫୋନରେ ନିଜକୁ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର୍ ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଠକେଇ ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପେଣ୍ଠ ସାହି ବାସିନ୍ଦା ବିଜୟ କୁମାର ନାୟକଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶକୁନ୍ତଳା ସ୍ବାଇଁ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ବେଲଗୁଣ୍ଠା ଫାଣ୍ଡିରେ କେସ ନମ୍ବର ୧୨୯ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ନେଇ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି।
Follow Us