ଆଲମାରି ତାଡ଼ି ୪୦ ହଜାର ଲୁଟ୍‌

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଅଳତି: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ୁଛି। କିଛିଦିନ ତଳେ ସାଇଁକୁଳର ଜଣେ ଶିକ୍ଷୟିତ୍ରୀ ଘର ସମେତ ଖଲଣା ଓ ନୂଆଗାଁର କିଛି ଲୋକଙ୍କୁ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିଲା। ଆଜି ଜରଦା ଓଭରବ୍ରିଜ ନିକଟରେ ଘର ଭଡ଼ା ନେଇ ରହୁଥିବା ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଗୌତମ ଚରଣ ମଲ୍ଲିକଙ୍କ ଘରୁ ଟଙ୍କା ଲୁଟ ହୋଇଛି। ରାମଚନ୍ଦ୍ରପୁର ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଗୌତମ ଚାକିରି କରୁଛନ୍ତି। ଜରଦା ଓଭରବ୍ରିଜ ନିକଟରେ ଘରଭଡ଼ା ନେଇ ଏକୁଟିଆ ରହୁଛନ୍ତି। ଆଜି ପୂର୍ବାହ୍ନ ୧୧ଟାବେଳେ ସେ ଘରେ ତାଲା ପକାଇ କାର୍ଯ୍ୟାଳୟ ଯାଇଥିଲେ। ଖରାବେଳେ ଖାଇବା ପାଇଁ ଘରକୁ ଆସିଥିଲେ। ଘରର ତାଲା ଭଙ୍ଗା ଯାଇଥିବା ବେଳେ ଦୁର୍ବୃତ୍ତମାନେ ଆଲମିରା ତାଡ଼ି ୪୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରିଥିବା ଜାଣିବାକୁ ପାଇଥିଲେ। ‌ଏନେଇ ସେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe