ମୋ ସ୍କୁଲ ଅଭିଯାନରେ ମିଳିଲା ୪୮ ଲକ୍ଷ ଟଙ୍କା

Advertisment
ମୋ ସ୍କୁଲ ଅଭିଯାନରେ ମିଳିଲା ୪୮ ଲକ୍ଷ ଟଙ୍କା

Ommcom News

ଚଣ୍ଡିଖୋଲ/ବଡ଼ଚଣା: ମୋ ସ୍କୁଲ୍‌ ଅଭିଯାନରେ ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ମହାବିନାୟକ ବିଦ୍ୟାୟନକୁ ସର୍ବାଧିକ ୪୮ ଲକ୍ଷ ଟଙ୍କା ମିଳିଛି। ଏହି ଯୋଜନାରେ ମିଳିଥିବା ୪୮ ଲକ୍ଷ ଟଙ୍କାରୁ  ୩୨ ଲକ୍ଷ ଟଙ୍କାର ବ୍ୟୟ ବରାଦରେ ବର୍ତ୍ତମାନ ବିଦ୍ୟାଳୟର ୪ଟି ଅତ୍ୟାଧୁନିକ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ମହାବିନାୟକ ବିଦ୍ୟାୟନକୁ ପୋଷ୍ୟ ସ୍କୁଲ୍‌ ଭାବେ ଗ୍ରହଣ କରିଥିବା ଏହି ବିଦ୍ୟାଳୟର ପୁରାତନ ଛାତ୍ର, ମୋ ସ୍କୁଲ୍‌ ଅଭିଯାନର ସଭାପତି ତଥା ଷ୍ଟାଫ ସିଲେକ୍ସନ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ଆଜି ଏହି ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଆସିଥିଲେ। ମୋ ସ୍କୁଲ ଅଭିଯାନ ଅର୍ଥରେ ନିର୍ମାଣ ହେଉଥିବା ଶ୍ରେଣୀଗୃହ ପରିଦର୍ଶନ କରିଥିଲେ।

ଏଥି ସହିତ ବିଭିନ୍ନ ପୁରାତନ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ବାସନ୍ତୀ ଲତା ଦେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୋ ସ୍କୁଲ ଅଭିଯାନ କର୍ମକର୍ତ୍ତା ଦିଲୀପ କୁମାର ଲେଙ୍କା, ଅମ୍ବିକା ପ୍ରସାଦ ମିଶ୍ର, ପରମାନନ୍ଦ ସ୍ୱାଇଁ, ବସନ୍ତ କୁମାର ନାୟକ ଓ ଶୁଭ୍ରାଂଶୁ ଶେଖର ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବଳକା ଅର୍ଥରେ ବାଳକମାନଙ୍କ ପାଇଁ ଟଏଲେଟ, ମଧ୍ୟାହ୍ନ ଭୋଜନ ପାଇଁ ଡାଇନିଂ ହଲ, ପ୍ଲାନିଟୋରିୟମ ଓ ଏକ ସାଇକଲ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟିତ୍ରୀ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ଶିକ୍ଷକ ସ୍ମୃତିରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe