ମଦ ଦୋକାନରୁ ୫.୮୨ ଲକ୍ଷ ଚୋରି

Advertisment
ମଦ ଦୋକାନରୁ ୫.୮୨ ଲକ୍ଷ ଚୋରି

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବସ୍‌ଷ୍ଟାଣ୍ଡ୍‌ ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୫.୮୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଞ୍ଚ‌ଳର ବିଦେଶୀ ମଦ ଦୋକାନରେ ସିରିଜ୍‌ ଚୋରି ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି l କିଛି ଦିନ ତଳେ ଝlଡ଼ବାଇ, ଗୁଡ଼ିଆଳି ଏବଂ ଗତରାତି ପ୍ରାୟ ୨ଟା ୪୦ ମିନିଟ୍‌ରେ ଏହି ଚୋରି ଘଟଣା ଘଟିଥିବା ସିସି ପୁଟେଜ୍‌ରୁ ଜଣାପଡ଼ିଛି।

କବିସୂର୍ଯ୍ୟନଗର ଥାନାଧିକାରୀ ସୁଧୀର କୁମାର ସାହୁ ଓ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଂଚଳର ବିଭିନ୍ନ ଦୋକାନ ଓ ମଦ ଦୋକାନର ସିସି ଫୁଟେଜକୁ ଦେଖି ତଦନ୍ତ ଚଳାଇଛି। ପୁଲିସର ସୂଚନାନୁସାରେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଦୋକାନଠାରୁ କିଛିଦୂର ଚନ୍ଦ୍ରଶେଖର ହାଇସ୍କୁଲ୍‌ ରାସ୍ତାରେ ବାଇକ୍‌ ରଖିଥିଲେ। ସେଠାରେ ଜଣେ ଦୁର୍ବୃତ୍ତ ଅଟକି ବାହାରର ଗତିବିଧି ଲକ୍ଷ୍ୟ କରୁଥିବା ବେଳେ ଅନ୍ୟ ଦୁଇଜଣ ଦୋକାନର ତାଲା ତାଡ଼ି ଭିତରେ ପଶି ନଗଦ ୫ଲକ୍ଷ ୮୨ ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ସମ୍ପର୍କରେ ଦୋକାନୀ ରାକେଶ କୁମାର ପ୍ରଧାନ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe