ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଟଙ୍କା ‌ଲୁଟ୍: ଧସ୍ତାଧସ୍ତି ବେଳେ ପାଣିରେ ପଡ଼ିଗଲା ମୋଟରସାଇକଲ୍‌

Advertisment
ଫାଙ୍କା ଗୁଳି ଚଳାଇ ୫ଲକ୍ଷ ଟଙ୍କା ‌ଲୁଟ୍: ଧସ୍ତାଧସ୍ତି ବେଳେ ପାଣିରେ ପଡ଼ିଗଲା ମୋଟରସାଇକଲ୍‌

ବେଗୁନିଆ: ଦୁଇ ରାଉଣ୍ଡ୍‌ ଫାଙ୍କା ଗୁଳି ଚଳାଇ ଦୁଇଜଣ ଦୁର୍ବୃତ୍ତମାନେ ପାଞ୍ଚ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ୫୭ ନମ୍ବର ଜାତୀୟ ରାଜପଥର ବାଘମାରି ଥାନା ଅନ୍ତର୍ଗତ ବାମଡିହ ଛକରେ ଏଭଳି ଏକ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧାସ୍ଥିତ ମଡ଼ର୍ଣ୍ଣ ଫର୍ଟିଲାଇଜର୍‌ର ଦୁଇ କର୍ମଚାରୀ ଉମାକାନ୍ତ ହୋତା ଏବଂ ବିଜୟ କୁମାର ଦାଶ ନୟାଗଡ଼ ସମେତ ବାଙ୍କୀ, ଢ଼ଁସର, ବ୍ରହ୍ମପୁରା, କଳାପଥର, ସାନକୁମାରି ଓ ବୋଲଗଡ଼ ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଏକ ବାଇକ୍‌ରେ (ଓଆର ୨୫ ସି ୫୮୨୫ ନମ୍ବର) ଖୋର୍ଦ୍ଧା ଅଭିମୁଖେ ଫେରୁଥିଲେ। ଏହି ସମୟରେ ଚାରିଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ବେଗୁନିଆ-ବାଘମାରୀ ମଧ୍ୟରେ ଥିବା ବାମଡିହ ଛକଠାରେ ତାଙ୍କୁ ଅଟକାଇ ଥିଲେ। କର୍ମଚାରୀ ଦୁହେଁ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହିତ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇ ନେବାକୁ ଉଦ୍ୟମ କରିଥିଲେ। ଏତିକିବ‌େଳେ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ହୋଇଥିଲା। ଫଳରେ ବାଇକ୍‌ ଚଳାଉଥିବା ଉମାକାନ୍ତ ‌ହୋତା ବାଇକ ସହିତ ରାସ୍ତା କଡରେ ଥିବା ନଈରେ ପଡ଼ି ଯାଇଥିଲେ।

ଦୁର୍ବୃତ୍ତ ଦ୍ବୟ ଟଙ୍କା ଭର୍ତି ବ୍ୟାଗ୍‌ ଛଡାଇ ନେଇ କ୍ଷିପ୍ର ଗତିରେ ଖୋର୍ଦ୍ଧା ଅଭିମୁଖେ ଚାଲିଯାଇଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଉମାକାନ୍ତ ହୋତାଙ୍କୁ ନଈରୁ ଉଦ୍ଧାର କରି ଖୋର୍ଦ୍ଧା ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ବାଘମାରୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ପାଣିରୁ ବାଇକ୍‌ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଆଖପାଖ ଥାନାକୁ ଖବର ଦେଇ ବିଭିନ୍ନ ରାସ୍ତାକୁ ସିଲକରି ତଦନ୍ତ ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe