ହୋଟେଲ୍ ନୀଳାଚଳ ଅଶୋକା ବିକ୍ରି ନାଁରେ ୫୦ଲକ୍ଷ ଠକେଇ ଘଟଣା: ଜବତ ୨୦ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କୁ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ହୋଟେଲ୍ ନୀଳାଚଳ ଅଶୋକା ବିକ୍ରି ନାଁରେ ୫୦ଲକ୍ଷ ଠକେଇ ଘଟଣା: ଜବତ ୨୦ଲକ୍ଷ ଠକେଇର ଶିକାର ବ୍ୟକ୍ତିଙ୍କୁ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

The Economic Times

ଭୁବନେଶ୍ବର : ବହୁଚର୍ଚ୍ଚିତ ପୁରୀର ଆଇଟିଡିସି ହୋଟେଲ୍ ନୀଳାଚଳ ଅଶୋକ ବିକ୍ରି ପାଇଁ ଚଞ୍ଚକତା କରି ବ୍ୟବସାୟୀଙ୍କ ଠାରୁ ୫୦ଲକ୍ଷ ଟଙ୍କା ଠକେଇ କରିବା ଘଟଣାରେ ଆଜି ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଠକେଇର ଶିକାର ତପନ କୁମାର ମହାନ୍ତିଙ୍କ ପତ୍ନୀ ବିଜୟିନୀଙ୍କୁ ଇଓଡବ୍ଲୁ ଜବତ କରିଥିବା ୨୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତପନ ଠକେଇର ଶିକାର ହେବା କଥା ଜାଣିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ଏହାକୁ କେନ୍ଦ୍ର କରି ତପନଙ୍କ ପତ୍ନୀ ବିଜୟିନୀ କୋର୍ଟରେ ମାମଲା ଦାୟର କରିବା ସହିତ ସ୍ବାମୀଙ୍କ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ବୋଲି କହିଥିଲେ। ସ୍ବାମୀଙ୍କ ଠାରୁ ଠକେଇ ହୋଇଥିବା ଟଙ୍କାରୁ ପ୍ରାୟ ୨୦ଲକ୍ଷ ଟଙ୍କା ଇଓଡବ୍ଲୁ ଅଭିଯୁକ୍ତମାନଙ୍କ ଠାରୁ ଜବତ କରିଥିଲା। ତେଣୁ ଜବତ ଟଙ୍କା ଫେରସ୍ତ କରିବା ପାଇଁ ବିଜୟିନୀ ନିବେଦନ କରିଥିଲେ। ଏହି ଆଧାରରେ ଏସ୍‌ଡିଜିଏମ୍ କୋର୍ଟ ଟଙ୍କା ବିଜୟିନୀଙ୍କୁ ଦେବାକୁ ଇଓଡବ୍ଲୁକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣାରେ ଇଓଡବ୍ଲୁ ପୂର୍ବରୁ ଠକ ଚନ୍ଦନ ଆକାଶ ମହାନ୍ତି, ଅନିକେଶ ସାହୁ ଓ ବିକାଶ ମହାରଣାଙ୍କୁ ଗିରଫ କରିସାରିଛି। ଏହି ୩ଧୂର୍ତ୍ତ ନିଜକୁ ଆଇଟିଡିସିର କର୍ମଚାରୀ ଦର୍ଶାଇ ହୋଟେଲ୍ ନୀଳାଚଳ ଅଶୋକକୁ ୧୫କୋଟି ଟଙ୍କାର ବିକ୍ରି କରିବାକୁ ତପନଙ୍କ ସହ ଚୁକ୍ତି କରିଥିଲେ। ଡିଲ୍ ଶେଷ ହେବା ପରେ ୩କୋଟି ଟଙ୍କା ଅତିରିକ୍ତ ତପନ ଦେବେ ବୋଲି ସ୍ଥିର ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ତପନ ୫୦ଲକ୍ଷ ଟଙ୍କା ଦେବା ପରେ ଠକେଇ ସମ୍ପର୍କରେ ଜାଣିଥିଲେ ଏବଂ ଇଓଡବ୍ଲୁରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe