ବୌଦ୍ଧ ଡିଷ୍ଟିଲାରି ପାଚେରୀ ବାହାରେ ବସ୍ତାବସ୍ତା ୫୦୦ ଟିଙ୍କିଆ ନୋଟ୍‌

Advertisment
ବୌଦ୍ଧ ଡିଷ୍ଟିଲାରି ପାଚେରୀ ବାହାରେ ବସ୍ତାବସ୍ତା ୫୦୦ ଟିଙ୍କିଆ ନୋଟ୍‌

ବୌଦ୍ଧ: ଭାରତର ସର୍ବ ବୃହତ ତଥା ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ସ୍ପିରିଟ କାରଖାନା କୁହାଯାଉଥିବା ବୌଦ୍ଧ ଡିଷ୍ଟିଲାରି(ବିଡିପିଏଲ)ନାମକ ସ୍ପିରିଟ କାରଖାନାରେ ଆୟକର ବିଭାଗ ଖୋଳତାଡ଼ କରୁଛି। ଏ ବିଷୟରେ ଆୟକର ବିଭାଗ ଗଣମାଧ୍ୟମକୁ କୌଣସି ଦେଇନାହିଁ। ତେବେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟା ମୌଜାରେ ଥିବା ବିଡିପିଏଲର ପଛପଟ ପାଚୋରୀ ବାହାରେ ବସ୍ତା ବସ୍ତା ୫୦୦ ଟଙ୍କିଆ ନୋଟ୍‌ ଫିଙ୍ଗା ଯାଇଛି। ସମସ୍ତ ନୋଟ୍‌ ଦୁଇଫାଳ କରି ଚିରା ହୋଇଛି। ସ୍ଥାନୀୟ ଲୋକେ ଚିରା ଟଙ୍କା ବୋହି ନେଇଛନ୍ତି। ଏଥି ସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପଡ଼ିଥିବା ଦେଖା ଯାଇଛି।

ତେବେ ବିଡିପିଏଲ୍‌ କାରଖାନା ପଛପଟ ପାଚେରୀ ପଛପଟରେ ଟଙ୍କା କିଏ ଫିଙ୍ଗିଲା, ତାହା ଜଣାପଡ଼ି ନାହିଁ। କିନ୍ତୁ ଏଠାରେ କିଛି ଦିନ ହେଲା ଆୟକର ବିଭାଗର ଚଢ଼ଉ ଜାରି ଥିବାରୁ ଫିଙ୍ଗାଯାଇଥିବା ଟଙ୍କା ବିଡିପିଏଲ୍‌ କଂପାନିର ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେବେ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡ଼ିବ ବୋଲି ମଧ୍ୟ ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe